Advertisment

ସାଲିଆ ସାହିରେ ଦେଶୀ ମଦ କାରଖାନା, ସିକ୍ରେଟ୍‌ ଚାମ୍ବରରେ ତିଆରି ହେଉଥିଲା ମଦ

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।

ଅଦ୍ୟତନ ହୋଇଛି
Country Liquor Seized

Country Liquor Seized

Advertisment

ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ଆକ୍ସନ ମୁଡ୍‌ରେ ସରକାର । ଦେଶୀ ମଦ ଭାଟି ଉପରେ ଘନ ଘନ ରେଡ୍‌ କରୁଛି ପୋଲିସ୍‌ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍‌ । କମିଶନରେଟ ପୋଲିସର ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହୋଇଛି । ଚଢ଼ାଉ ସମୟରେ ସେଠାରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା ।

Advertisment

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ଏମିତିକି ସେଠାରେ ୱାଇଫାଇ, ଏସି ଲାଗିଥିବା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ମଧ୍ୟ ରହିଥିଲା । ତେବେ ଏହି ରେଡ୍ ବେଳେ ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରିଛି କମିଶନରେଟ୍‌ ପୋଲିସ୍ ।

ସେପଟେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ସେଠାରେ ଚାଲିଲା ବୁଲଡୋଜର । ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଛି କମିଶନରେଟ୍‌ ପୋଲିସ୍ ।

Advertisment

Commissionerate Police Country Liquor Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ