Advertisment

Con Woman Arrested: ହାଇ ପ୍ରୋଫାଇଲ୍ ‘ଲେଡି ଠକ’କୁ ବାନ୍ଧିଲା ପୋଲିସ; ଠକେଇର ତରିକା ଶୁଣିଲେ ଉଡ଼ିଯିବ ହୋସ୍

ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।

ଅଦ୍ୟତନ ହୋଇଛି
Lady lootera

Lady lootera

Advertisment

ରାଜଧାନୀରୁ ହାଇ ପ୍ରୋଫାଇଲ୍ ‘ଲେଡି ଠକ’ ଗିରଫ। ରାଜଧାନୀ ଭୁବନେଶ୍ୱରରେ ଠକେଇର ପ୍ଲଟ୍ ତିଆରି କରୁଥିଲେ ଫେକ୍ ଦମ୍ପତି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ଓ ବୋହୂର ପରିଚୟ ଦେଉଥିଲେ। ଆଉ ଅନ୍ୟ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଲଗାଉଥିଲେ ଚୂନ। ଏପରି ଜଣେ ଲେଡି-420ଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ।

Advertisment

ଭୁବନେଶ୍ବର ପଟିଆ ଅଞ୍ଚଳର ହଂସିତା ଅଭିଲିପ୍ସା ନାମକ ଜଣେ ମହିଳା ଓ ତାଙ୍କ ସହ ଅନୀଲ ମହାନ୍ତି ନାମକ ଜଣେ ଯୁବକଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ସେମାନଙ୍କ ତରିକା ଆଉ ଠକେଇର କାଇଦା ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ପୂର୍ବତନ ସିଏଜି, ମୁଖ୍ୟ ଶାସନ ସଚିବ ଏଭଳି କିଛି ବଡ଼ ବଡ଼ ଅଧିକାରୀଙ୍କ ସହ ଫେକ୍ ଫଟୋ ପ୍ରସ୍ତୁତ କରି ଏହାକୁ ଠକେଇ ପାଇଁ ବ୍ୟବହାର କରୁଥିଲେ। ବଡ଼ବଡ଼ିଆଙ୍କ ସହ ନିଜ ଫଟୋକୁ ଏଡିଟ୍ କରି ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ।

ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ମାତ୍ର ସେମାନେ ପ୍ରକୃତରେ ଦମ୍ପତି ନଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ। ଖଣି ବ୍ୟବସାୟୀ, ବିଲ୍ଡର୍ସଙ୍କୁ ବିଭିନ୍ନ କାମ କରାଇ ଦେବାକୁ କହି ଅନେକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ଆସିବା ପରେ ଖୋଳତାଡ କରିଥିଲା କମିଶନରେଟ୍ ପୋଲିସ ।

Advertisment
Con Woman Arrestedହାଇ ପ୍ରୋଫାଇଲ୍ ବ୍ୟକ୍ତିଙ୍କ ସହ ନିଜ ଫଟୋ ଏଡିଟ୍ କରୁଥିଲେ, ଲୁଟୁଥିଲେ ଟଙ୍କା।

ଟେଣ୍ଡର ପାସ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନେକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁହେଁ ଇନଫୋସିଟି-ନନ୍ଦନକାନନ ରୋଡରେ ଏକ ବିଳାସପୂର୍ଣ୍ଣ ଅଫିସ୍ ଖୋଲିଥିଲେ ଯେଉଁଠାରେ ଡିଲ୍ ହେଉଥିଲା। ଠକେଇର ଶିକାର ହୋଇଥିବା ଜଣେ ଖଣି ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଠକେଇରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ଅତିରିକ୍ତ ଡିସିପି ସ୍ୱରାଜ ଦେବତାଙ୍କ ସୂଚନା ଅନୁଯାୟୀ, ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ବଡ଼ବଡ଼ିଆଙ୍କ ସଂପର୍କୀୟ କହି ଅନେକ ଲୋକଙ୍କୁ ଲୁଟିଛନ୍ତି। ଯଦି କେହି ଠକେଇର ଶିକାର ହୋଇଥାଆନ୍ତି ତେବେ ଭୟ ନକରି ପୋଲିସ ନିକଟରେ ଅଭିଯୋଗ କରନ୍ତୁ। ଏମାନେ ଅନ୍ୟ କେଉଁ ମାଧ୍ୟମରେ ଠକେଇ କରୁଥିଲେ ଓ ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି।

Advertisment
Bhubaneswar Commissionerate Police Fraud Case Lady Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ