Advertisment

ଲୁଟ୍‌ କରି ମଉଜ କରୁଥିଲେ, ବଡ଼ ହୋଟେଲ୍‌ରେ ରହୁଥିଲେ; ମାଡ଼ିବସିଲା ପୋଲିସ

ବିଗତ ୬ ମାସ ହେଲା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲେ ଅୟଜ ମହମ୍ମଦ, ଆୟୁସ୍ମାନ ତ୍ରିପାଠୀ, ଦେବାଶିଷ ବାରିକ, ଶିବପ୍ରସାଦ ବାରିକ ଓ ରଜତ ନନ୍ଦ। ଭୁବନେଶ୍ୱରରୁ ପୁରୀ, ଅନୁଗୁଳ, ଗଂଜାମ ପର୍ଯ୍ୟନ୍ତ ଦାମୀ ବାଇକରେ ଯାଇ ଲୋକଙ୍କ ଚେନ୍ ଝାମ୍ପୁଥିଲେ।

ଅଦ୍ୟତନ ହୋଇଛି
robbers gang

robbers gang

Advertisment

କମିସନରେଟ ପୋଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗ। ଲୁଟ କରି ବିନ୍ଦାସ ଲାଇଫ ବଞ୍ଚୁଥିଲେ ଲୁଟେରା । ପଞ୍ଚତାରକା ହୋଟେଲରେ ବିତାଉଥିଲେ ରାତି । ଦେହରେ ପ୍ୟାଣ୍ଟ ସାର୍ଟ ଜୋତା ସବୁ କିଛି ବ୍ରାଣ୍ଡେଡ । ଆୟୁଷ୍ମାନ ଗ୍ୟାଙ୍ଗ ବିରୋଧରେ କମିଶନରେଟ ପୋଲିସରେ ରହିଛି ୨୪ଟି ମାମଲା। ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୪୦ଟି ଚେନ, ୨ ଲକ୍ଷ ଟଙ୍କା, ୪ଟି ଦାମୀ ବାଇକ ଓ ୫ଟି ମୋବାଇଲ ଜବତ କରାଯାଇଛି ।

Advertisment

ବିଗତ ୬ ମାସ ହେଲା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲେ ଅୟଜ ମହମ୍ମଦ, ଆୟୁସ୍ମାନ ତ୍ରିପାଠୀ, ଦେବାଶିଷ ବାରିକ, ଶିବପ୍ରସାଦ ବାରିକ ଓ ରଜତ ନନ୍ଦ। ଭୁବନେଶ୍ୱରରୁ ପୁରୀ, ଅନୁଗୁଳ, ଗଂଜାମ ପର୍ଯ୍ୟନ୍ତ ଦାମୀ ବାଇକରେ ଯାଇ ଲୋକଙ୍କ ଚେନ ଝାମ୍ପୁଥିଲେ। ଲୁଟ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ସିସିଟିଭିକୁ ଚକମା ଦେବାକୁ ଫୁଲ ପ୍ୟାଣ୍ଟ ସାର୍ଟ ଓ ହେଲମେଟ ପିନ୍ଧୁଥିଲେ। ଶହେ ସ୍ପିଡ଼ରେ ଗାଡି ଚଳାଇ ଆଖି ପିଛୁଳାକେ ଲୁଟି ଫେରାର ହୋଇଯାଉଥିଲେ ।

ପୂର୍ବରୁ ଏହି ଲୁଟେରାଙ୍କ ମଧ୍ୟରୁ ଦୁଇ ଜଣ ଗିରଫ ମଧ୍ୟ ହୋଇଥିଲେ । ହେଲେ ଜେଲରୁ ମୁକୁଳି ପୁଣି ଆରମ୍ଭ କରୁଥିଲେ ଲୁଟ୍। ଗାର୍ଲ ଫ୍ରେଣ୍ଡଙ୍କ ସହ ମଉଜ କରୁଥିଲେ ଲୁଟେରା ଆୟୁଷ୍ମାନ । ରିଲ୍ସ କରି ସୋସିଆଲ ମିଡିଆରେ ଅପଲୋଡ କରୁଥିଲେ । ଚୋରି ସୁନାକୁ ବନ୍ଧକ କରି ଟଙ୍କା ଆଣୁଥିଲେ । କମିଶନରେଟ ପୋଲିସ ପକ୍ଷରୁ ଭଦ୍ରକ, ଅନୁଗୁଳ, ପୁରୀ , ଗଞ୍ଜାମ ପୋଲିସ ସହ ଯୋଗାଯୋଗ କରାଯାଇଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନର କହିଛନ୍ତି ।

Advertisment

Commissionerate Police Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ