Advertisment

ଛାତ୍ର ରାଜନୀତିରୁ ଖତରନାକ୍ ଗ୍ୟାଙ୍ଗଷ୍ଟର; କିପରି ଲରେନ୍ସ ପାଲଟିଲା ଡନ୍‌ ନଂ-1, ଜାଣନ୍ତୁ...

ଲରେନ୍ସ ବିଷ୍ଣୋଇ, ଅଣ୍ଡରୱାର୍ଲ୍ଡ ଦୁନିଆର ଏମିତି ଏକ ନାଁ ଯିଏ ବର୍ଷେ କି ଦୁଇ ବର୍ଷ ନୁହେଁ, ଗୋଟିଏ ଦଶନ୍ଧି ଧରି ଜେଲ୍‌ରେ ବନ୍ଦୀ ଭାବରେ ରହିଛି। ଲରେନ୍ସ ଅପରାଧ ଜଗତର ଶୀର୍ଷରେ ରହିଛି। ପଞ୍ଜାବ ବାସିନ୍ଦା ଲରେନ୍ସ ଜଣେ ଗ୍ୟାଙ୍ଗଷ୍ଟର ଯିଏକି ଅପରାଧ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ନିଜେ ଗୋଟିଏ ଗ୍ୟାଙ୍ଗ କରି ତା ନାଁ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।

ଅଦ୍ୟତନ ହୋଇଛି
Lawrence Bishnoi HIstory

Lawrence Bishnoi

Advertisment

ଲରେନ୍ସ ବିଷ୍ଣୋଇ, ଅଣ୍ଡରୱାର୍ଲ୍ଡ ଦୁନିଆର ଏମିତି ଏକ ନାଁ ଯିଏ ବର୍ଷେ କି ଦୁଇ ବର୍ଷ ନୁହେଁ, ଗୋଟିଏ ଦଶନ୍ଧି ଧରି ଜେଲ୍‌ରେ ବନ୍ଦୀ ଭାବରେ ରହିଛି। ଲରେନ୍ସ ଅପରାଧ ଜଗତର ଶୀର୍ଷରେ ରହିଛି। ପଞ୍ଜାବ ବାସିନ୍ଦା ଲରେନ୍ସ ଜଣେ ଗ୍ୟାଙ୍ଗଷ୍ଟର ଯିଏକି ଅପରାଧ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ନିଜେ ଗୋଟିଏ ଗ୍ୟାଙ୍ଗ କରି ତା ନାଁ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଅନେକ ଅପରାଧିକ କାର୍ଯ୍ୟକଳାପ ଯେପରି ଧମକ ଦେଇ ବେଆଇନ ସାମଗ୍ରୀ ଚୋରା ଚାଲାଣ, ଯୋଜନାବଦ୍ଧ ହତ୍ୟା ଭଳି ଅପରାଧରେ ଏହି ଗ୍ୟଙ୍ଗର ସଂପୃକ୍ତି ରହିଛି।

Advertisment

ନିକଟରେ ବଲିଉଡ ତାରକା ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ ଘଟଣାରେ ଏହି ଗ୍ୟାଙ୍ଗର ନାଁ ସାମନାକୁ ଆସିଥିଲା । ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଗ୍ୟାଙ୍ଗ ଦେଶ ତଥା ବିଦେଶର ଅନେକ ହାଇ-ପ୍ରୋଫାଇଲ୍ ଅପରାଧ ସହିତ ଜଡିତ। ଲରେନ୍ସକୁ ଅଣ୍ଡରୱାର୍ଲ୍ଡର ଏକ ପ୍ରମୁଖ ବ୍ୟକ୍ତି ଭାବରେ ବିବେଚନା କରାଯାଏ ଏବଂ ତା ବିରୋଧରେ ଏକାଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

Advertisment

ଲରେନ୍ସ ବିଷ୍ଣୋଇ କିଏ ?

୧୯୯୨ ମସିହାରେ ପଞ୍ଜାବର ଫିରୋଜପୁର ଜିଲ୍ଲା ଆବୋହର ବ୍ଲକର ଦୋଟାରାନୱାଲିରେ ଲରେନ୍ସ ବିଷ୍ଣୋଇର ଜନ୍ମ। ପୋଲିସ ପରିବାରରେ ଜନ୍ମ ହୋଇଥିବା ଲରେନ୍ସ କଲେଜ ପରଠାରୁ ଏକ ଭିନ୍ନ ରାସ୍ତା ଆପଣେଇଥିଲା। ଅବୋହରରେ ଯୁକ୍ତ ଦୁଇ ପଢା ସାରି ୨୦୧୦ରେ ଚଣ୍ଡିଗଡ଼ ଯାଇଥିଲା। ସେକ୍ଟର ୧୦ରେ DAV କଲେଜରେ ପଢିବା ପରଠାରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲା। ୨୦୧୧-୧୨ ମସିହାରେ ଲରେନ୍ସ ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (SOPU)ର ସଭାପତି ମଧ୍ୟ ରହିଥିଲା। ଲରେନ୍ସ ଜଣେ ଗ୍ୟାଙ୍ଗଷ୍ଟର ହୋଇଥିଲେ ବି ସେ କଲେଜ ପଢା ସାରିପାରିନି। ଯୁକ୍ତ ୩ରେ ପରୀକ୍ଷା ଦେବାପାଇଁ ଯାଇଥିଲେ ମଧ୍ୟ ଅଧୀକ୍ଷକଙ୍କୁ ଖାତା ହସ୍ତାନ୍ତର କରିବା ପୂର୍ବରୁ ଉତ୍ତର ସିଟ୍ ସହିତ ଛାତରୁ ଡେଇଁ ପଳାଇ ଯାଇଥିଲା। ତେବେ ଅପରାଧ ଦୁନିଆରେ ଯୋଗଦେବା ପରେ ସେ ଡିଗ୍ରୀ ସମାପ୍ତ କରିବାକୁ ଚିନ୍ତା କରିଥିଲେ ବି ସଫଳ ହୋଇପାରି ନଥିଲା।

ଲରେନ୍ସ କିପରି ଗ୍ୟାଙ୍ଗଷ୍ଟର ପାଲଟିଗଲା?

ଲରେନ୍ସ ବିଷ୍ଣୋଇ ତାଙ୍କ କଲେଜ ସମୟରେ ଅପରାଧ ଜଗତରେ ପାଦ ଦେଇଥିଲା। ତା ବିରୋଧରେ ପ୍ରଥମ FIR ହତ୍ୟା ଉଦ୍ୟମ ପାଇଁ ଥିଲା । ଏହା ପରେ, ଏପ୍ରିଲ୍ ୨୦୧୦ରେ, ଏନକାଉଣ୍ଟର ପାଇଁ ଆଉ ଏକ FIR ହୋଇଥିଲା । ଫେବୃଆରୀ ୨୦୧୧ ରେ, ତା’ ବିରୋଧରେ ମୋବାଇଲ୍ ଫୋନ୍ ଲୁଟ ଅଭିଯୋଗ ହୋଇଥିଲା। ଏହି ତିନୋଟି ମାମଲା ଛାତ୍ର ରାଜନୀତି ସମୟରେ ହୋଇଥିଲା। ଛାତ୍ର ରାଜନୀତି ମାଧ୍ୟମରେ ଲରେନ୍ସ ଅପରାଧ ଜଗତରେ ପାଦ ଥାପିଥିଲା। ଫାଜିଲାକା ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଜସବିନ୍ଦର ସିଂ ଓରଫ ରକି ମାଧ୍ୟମରେ ସେ ଅପରାଧ ଦୁନିଆରେ ପ୍ରବେଶ କରିଥିଲା।

Advertisment

ଚଣ୍ଡିଗଡ଼ ପୋଲିସର ସୂଚନାନୁସାରେ, ସହରରେ ଲରେନ୍ସ ବିରୋଧରେ ୭ଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା, ସେଥିମଧ୍ୟରୁ ୪ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ୩ଟି ମାମଲା ବିଚାରାଧୀନ ଅଛି। ସେ ୨୦୧୪ ଠାରୁ ଜେଲରେ ରହିଛି। ତେବେ, ୨୦୧୫ ରେ, ଲରେନ୍ସ ମୋହାଲି ପୋଲିସର ହେପାଜତରୁ ଖସି ପଳାଇବାରେ ସଫଳ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଗିରଫ କରାଯାଇଥିଲା। ଏହା ପରେ ସେ ଜେଲ ଭିତରୁ ନିଜ ନେଟୱାର୍କ ଚଲାଉଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏକ ପ୍ରମୁଖ ଅପରାଧିକ ଶକ୍ତି ଭାବରେ ଉଭା ହୋଇଛି। ଅନେକ ଗୁରୁତର ଅପରାଧ ମାଧ୍ୟମରେ ଆଇନ ଶୃଙ୍ଖଳାକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରୁଛି ଏହି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରେ ପ୍ରାୟ ୪୦୦ ସୁଟର ରହିଥିବା ବେଳେ ଏହା ସମଗ୍ର ଦେଶରେ ଏକ ବିରାଟ ନେଟୱାର୍କ ନିର୍ମାଣ କରିଛି ।

ଲରେନ୍ସ ବିରୋଧରେ କେତୋଟି ମାମଲା ରୁଜୁ ହୋଇଛି?

ଲରେନ୍ସ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଟି ଆଦାୟ ଭଳି ଦୁଇ ଡଜନରୁ ଅଧିକ ମାମଲା ଚାଲୁଛି। ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିବା ସହିତ ବଲିଉଡ ଅଭିନେତା ୨୦୧୮ରେ ସଲମାନ ଖାନଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମୋସୱାଲା ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଦାୟୀ । ତେବେ ଗୋଲଡି ବ୍ରାର ଲରେନ୍ସ ବିଷ୍ଣୋଇର ନିକଟତର । ଏହି ଘଟଣା ପରେ ଲରେନ୍ସ ଲାଇମଲାଇଟକୁ ଆସିଥିଲା।

କେତୋଟି ରାଜ୍ୟରେ ଲରେନ୍ସର ନେଟୱାର୍କ ଅଛି?

ଲରେନ୍ସ ଗ୍ୟାଙ୍ଗର ନେଟୱାର୍କ ବଡ଼ ଆକାରରେ ବ୍ୟାପିଛି । ରାଜସ୍ଥାନ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ବିହାରରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଛି। ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗରେ ପ୍ରାୟ ୭୦୦ ସଦସ୍ୟ ଅଛନ୍ତି, ଯେଉଁଥିରେ ୪୦୦ ଜଣ ସୁଟର । ଅନ୍ୟ କେତେକ ଗ୍ୟାଙ୍ଗଷ୍ଟରଙ୍କ ସହ ସେ ଏକ ଆନ୍ତର୍ଜାତୀୟ ସ୍ତରର ଅପରାଧିକ ଗ୍ୟାଙ୍ଗ ଗଠନ କରିଛି। ସୋସିଆଲ ମିଡିଆ ଜରିଆରେ ସୁଟରମାନେ ଏହି ଗ୍ୟାଙ୍ଗରେ ସାମିଲ ହୁଅନ୍ତି ବୋଲି କୁହାଯାଏ। ଅନେକ ଲୋକ ଚାକିରି ଖୋଜିବାରେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଗ୍ୟାଙ୍ଗ ସହିତ ଜଡିତ ଲୋକଙ୍କ ନିକଟକୁ ଯାଆନ୍ତି । ଏହି ଗ୍ୟାଙ୍ଗ ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ।

ଅଧିକ ପଢ଼ନ୍ତୁ: ପୁଣି ସଲମାନଙ୍କୁ ହତ୍ୟା ଧମକ; ୫ କୋଟି ଦିଅ, ନହେଲେ...

Lawrence Bishnoi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ