Advertisment

ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ !

ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ।

College Student Gang-Raped

College Student Gang-Raped

Advertisment

ବାରିପଦା: ରାସ୍ତାରୁ ଉଠାଇ ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଅଘଟଣ। ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବୈଶିଙ୍ଗା ଥାନା କଲମା ଛକ ନିକଟରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସମସ୍ତ ୩ ଅଭିଯୁକ୍ତ ବୈଶିଙ୍ଗା ଥାନା ବାଙ୍କତିରା ଗାଁର ବୋଲି ସୂଚନା ମିଳିଛି। 

Advertisment

ବୈଶିଙ୍ଗା ଥାନା ୧୮ନଂ ଜାତୀୟ ରାଜପଥ କଳମା ନିକଟରେ ଥିବା ଜଙ୍ଗଲରେ ଲଜ୍ୟାଜନକ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ବାଲେଶ୍ୱର ଅଞ୍ଚଳର ଜଣେ ଯୁକ୍ତ ୩ ସାଇନ୍ସ ପଢ଼ୁଥିବା ଯୁବତୀ ତାଙ୍କ ଜଣେ ସାଥି ଇଞ୍ଜିନିଅରିଂ ପଢ଼ୁଥିବା ଯୁବକ ସହିତ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲେ। କୌଣସି କାରଣବଶତଃ 18ନଂ ଜାତୀୟ ରାଜପଥର କଳମା ଛକ ପାଖରେ ଥିବା ଏକ ଜଙ୍ଗଲ ପାର୍ଶ୍ୱରେ ଛିଡା ହୋଇଥିଲେ। 

ଦୁର୍ଭାଗ୍ୟବଶତଃ ସେହି ସମୟରେ ବାଲେଶ୍ୱର ଜିଲ୍ଲା ବାଙ୍କତିରା ଅଞ୍ଚଳର ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ। ତାଙ୍କର ମୋବାଇଲ ନେଇଯିବା ସହିତ ଜଣେ ଯୁବକ ତାଙ୍କୁ ଜଗି ରହିଥିଲେ। ଅନ୍ୟ ଦୁଇଜଣ ଯୁବତୀକୁ ଜଙ୍ଗଲ ମଧ୍ୟକୁ ଟେକି ନେଇଥି ଦୁଷ୍କର୍ମ କରିଥିଲେ। 

Advertisment

ସୌଭାଗ୍ୟବଶତଃ ଦଶହରା ପାଇଁ ବୈଶିଙ୍ଗା ପୁଲିସର ପାଟ୍ରୋଲିଂ ଟିମ୍ ରାସ୍ତା ପାର୍ଶ୍ୱରେ ଦୁଇଟି ବାଇକ ଦେଖି ସନ୍ଦେହରେ ଅଟକି ଯାଇଥିଲେ। ଯୁବକ ପାଖରୁ ସବୁ ଶୁଣିବା ପରେ ଜଙ୍ଗଲ ମଧ୍ୟକୁ ଯାଇ ଝିଅକୁ ଉଦ୍ଧାର କରି ଥାନାକୁ ଆଣିଥିଲେ ଓ ଅଭିଯୁକ୍ତ ଛାଡି ଯାଇଥିବା ବାଇକକୁ ଜବତ କରିଥିଲେ। ଯୁବତୀଙ୍କ ମୁହଁରୁ ସବୁ କଥା ଶୁଣିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ ଟିମ୍‌ ବାଲେଶ୍ୱର ଜିଲ୍ଲା ବାଙ୍କତିରା ଗ୍ରାମରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ। ପୋଲିସ ତିନି ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଆଜି ଡାକ୍ତରୀ ମାଇନା ପରେ ବୈଶିଙ୍ଗା  ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। 

Odisha College Student Gang-Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ