Advertisment

ଆବାସ ଟଙ୍କା ହେର ଫେର ଅଭିଯୋଗରେ କିରାଣି ଗିରଫ

ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ

Bhadrak

Bhadrak

Advertisment

ଭଦ୍ରକ: ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ। ବ୍ୟାପକ ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ଆଜି ତାଙ୍କ ଘରେ ଚଢାଉ କରିଥିଲା। ୨ ଜଣ ଡିଏସପି, ୫ ଜଣ ଇନସପେକ୍ଟରଙ୍କୁ ନେଇ ୪ଟି ଟିମ୍ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍ କରିଛି।

Advertisment

ଏହାସହ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏ ମାମଲାରେ ତାଙ୍କ ପତ୍ନୀ, ମାଆ ଓ ଅନ୍ୟଜଣେ ସମ୍ପର୍କୀୟଙ୍କୁ ଅଟକ ରଖାଯାଇଛି। ପ୍ରଭାକର ଏମାନଙ୍କ ଆକାଉଣ୍ଟକୁ ୨୦ ଲକ୍ଷ ୨୫ ହଜା ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ରହିଛି। ପ୍ରଭାକର ଭଦ୍ରକ ତିହିଡ଼ା ବ୍ଲକରେ କ୍ଲର୍କ ଓ କ୍ୟାସିଅର ଥିବା ବେଳେ ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଦୁର୍ନୀତି ହୋଇଥିଲା। ପ୍ରଭାକର ଏବେ ବାସୁଦେବପୁର ବ୍ଲକର କିରାଣୀ ଥିବା ବେଳେ ଦୁଇ ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ।

Advertisment
Odisha Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ