Advertisment

ନବମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଛୁଆ, ହଷ୍ଟେଲ ୱାଡେନ୍‌ ସସ୍‌ପେଣ୍ଡ

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଅଦ୍ୟତନ ହୋଇଛି
Ninth Class Student

Ninth Class Student

Advertisment

ଆଶ୍ଚର୍ଯ୍ୟ ! ମାଆ ହେଲେ ନବମ ଶ୍ରେଣୀର ଛାତ୍ରୀ । ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରୀ ଜଣଙ୍କ ଯେଉଁ ହଷ୍ଟେଲ୍‌ରେ ରହୁଥିଲେ, ସେଠାକାର ୱାଡେନ୍‌ଙ୍କୁ ସସ୍‌ପେଣ୍ଡ କରାଯାଇଛି । ତେବେ ଏହି ଘଟଣା ଆପଣଙ୍କୁ ଯେତିକି ଚକିତ କରୁଛି, ଆମେ ବି ସେତିକି ଆଶ୍ଚର୍ଯ୍ୟ । ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Advertisment

କର୍ଣ୍ଣାଟକର ଚିକାବାଲାପୁରରୁ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ଛାତ୍ରୀ ଜଣକ ସୋସିଆଲ ୱେଲ୍‌ଫେୟାର ବିଭାଗର ହଷ୍ଟେଲ୍‌ରେ ରହୁଥିଲେ । ସେ ବାରମ୍ବାର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ଏବଂ ସ୍କୁଲ ଆଉ ହଷ୍ଟେଲରେ ଆବ୍‌ସେଣ୍ଟ ରହୁଥିଲେ । ଅନ୍ୟପଟେ ଗତବର୍ଷ ଅଗଷ୍ଟରେ ତାଙ୍କର ମେଡିକାଲ ଚେକ୍‌ଅପ୍‌ ମଧ୍ୟ କରାଯାଇଥିଲା । କିନ୍ତୁ ସେଥିରେ ସେ ଗର୍ଭବତୀ ଥିବା ନେଇ କୌଣସି ସୂଚନା ନଥିଲା ।

ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ହଷ୍ଟେଲକୁ ଆସିଥିଲେ । ପ୍ରାୟ ବର୍ଷେ ହେବ ଏଠାରେ ସେ ରହୁଛନ୍ତି । ତାଙ୍କର ଜଣେ ଦଶମ ଶ୍ରେଣୀ ପୁଅ ସହ ସମ୍ପର୍କ ଥିବା ନେଇ ସାଙ୍ଗ ସାଥିଙ୍କଠାରୁ ଜଣାପଡ଼ିଛି। ଉଭୟ ସମାନ ସ୍କୁଲରେ ପାଠ ପଢ଼ୁଥିଲେ । କିନ୍ତୁ ଏବେ ଉକ୍ତ ଛାତ୍ର ଜଣକ ଟ୍ରାନ୍ସଫର ସାର୍ଟିଫିକେଟ୍‌ ନେଇ ବ୍ୟାଙ୍ଗଲୋରକୁ ଚାଲିଯାଇଛନ୍ତି ।

Advertisment

ସୋସିଆଲ ୱେଲଫେୟାର ବିଭାଗର ଜଏଣ୍ଟ ଡାଇରେକ୍ଟର ଟୁମ୍‌କୁର କହିଛନ୍ତି, ଛାତ୍ରୀ ଜଣକ ଦୀର୍ଘ ଦିନ ହେବ ସ୍କୁଲ ଆସୁନଥିଲେ । ତାଙ୍କ ଘର ବାଗେପାଲି ସହରରେ । ଯେତେବେଳେ ତାଙ୍କ ପେଟ କାଟୁଥିବା ନେଇ ସେ କହିଥିଲେ, ଆଉ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା ସେବେଳେଳ ସେ ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା। ଆମେ ଏଠାରେ ପୁରା ଘଟଣାର ତଦନ୍ତ କରୁଛୁ । ଖୁବ୍‌ଶୀଘ୍ର ସରକାରଙ୍କ ପାଖରେ ଏନେଇ ଏକ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ।

Crime Against Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ