Class 8th Student Allegedly Raped In Uttar Pradesh
ପ୍ରଥମେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଲା, ପରେ ଦୁଷ୍କର୍ମ କଲା। ଏତିକିରେ ଥମିନଥିଲା ଅତ୍ୟାଚାର, ଛାତ୍ରୀଙ୍କ ଛାତିରେ ବ୍ଲେଡ୍ରେ ନିଜ ନାଁ ଲେଖି ଧମକ ମଧ୍ୟ ଦେଲା ଅଭିଯୁକ୍ତ। ଉତ୍ତର ପ୍ରଦେଶ କାନପୁରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ୮ମ ଶ୍ରେଣୀର ଛାତ୍ରୀଙ୍କୁ କଲୋନୀରେ ରହୁଥିବା ଜଣେ ଯୁବକ ପ୍ରଥମେ ପ୍ରେମ ଜାଲରେ ଫସାଇ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଅମନ ନାମକ ଜଣେ ଯୁବକ ପ୍ରେମ ଜାଲରେ ଫସାଇ ତାଙ୍କୁ ଅତ୍ୟାଚାର କରିଥିଲେ। ପରେ ବ୍ଲାକ୍ମେଲ୍ କରିବାରୁ ପ୍ରଥମେ ମା’ଙ୍କ ମଙ୍ଗଳସୂତ୍ର ଚୋରି କରି ଅମନକୁ ଦେଇଥିଲେ ଛାତ୍ରୀ। ଏହାପରେ ମଧ୍ୟ ସେ ପୁଣି ଟଙ୍କା ମାଗିଥିଲା। ଡିମାଣ୍ଡ୍ ପୁରା ନହେବାରୁ ସେ ଧମକ ଦେଇଥିଲା। ଏଥିରେ ଭୟଭୀତ ହୋଇ ଛାତ୍ରୀ ଜଣକ ଘରେ ରଖାଯାଇଥିବା ସାଢ଼େ ୧୦ ଲକ୍ଷ ଟଙ୍କାକୁ ଅଳ୍ପ ଅଳ୍ପ କରି ମାସେ ଭିତରେ ଅଭିଯୁକ୍ତକୁ ଦେଇଥିଲେ। ଏ ପୁରା ମାମଲାରେ ଅମନର ସାଙ୍ଗମାନେ ସାମିଲ ଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଘରୁ ଟଙ୍କା ଆଣିବା ପାଇଁ ଅମନ ଛାତ୍ରୀଙ୍କୁ କହିଥିଲା। ଟଙ୍କା ନଦେଲେ ବ୍ଲେଡ୍ରେ ତଣ୍ଟି କାଟିଦେବାର ଧମକ ମଧ୍ୟ ଦେଇଥିଲା। ଏପରିକି ଦୁଷ୍କର୍ମ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ଧମକ ଦେଇଥିଲା ଅଭିଯୁକ୍ତ ଅମନ। ଛାତ୍ରୀ ଜଣକ ଏଥିରେ ଏତେ ଭୟଭୀତ ହୋଇଯାଇଥିଲେ ଯେ, ଘରୁ ଚୋରି କରିବା ପାଇଁ ମଧ୍ୟ ପଛାଇ ନଥିଲେ। ବଡ଼ ଭଉଣୀର ବିବାହ ପାଇଁ ଏହି ଟଙ୍କା ରଖା ଯାଇଥିଲା। ପରିବାର ଲୋକ ବ୍ରିଫ୍କେସ୍ ଖୋଲିବା ପରେ ସେମାନଙ୍କର ହୋସ୍ ଉଡ଼ି ଯାଇଥିଲା। କାରଣ ସେଥିରେ ଟଙ୍କାଟିଏ ବି ନଥିଲା।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅମନ ଓ ତା’ର ସାଙ୍ଗମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅମନ ଫେରାର ଥିବାବେଳେ ତା’ର ସାଙ୍ଗମାନଙ୍କୁ ଧରିବା ଲାଗି ପୋଲିସ୍ ଟିମ୍ ଗଠନ କରି ଛାନ୍ଭିନ୍ ଚଳାଇଛି। ଖୁବ୍ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ପୋଲିସ୍ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us![Class 8th Student Allegedly Raped In Uttar Pradeshw]](https://img-cdn.publive.online/fit-in/1280x960/filters:format(webp)/odishatv-khabar/media/post_attachments/uploadimage/library/16_9/16_9_0/s_1679123992.jpg)