Advertisment

ଅଧ୍ୟାପକଙ୍କୁ ଚାପୁଡ଼ା ମାରିଲା +୨ ଛାତ୍ର; ହତ୍ୟା କରିବାକୁ ଦେଲା ଧମକ

ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ ।

ଅଦ୍ୟତନ ହୋଇଛି
Class 12 Uttar Pradesh boy slaps teacher who tries to discipline him, booked

Class 12 Uttar Pradesh boy slaps teacher who tries to discipline him, booked

Advertisment

ଅଧ୍ୟାପକଙ୍କୁ ଚାପୁଡ଼ା ମାରିଲା +୨ ଛାତ୍ର । ଗତ ଗୁରୁବାର ଦିନ ଜଣେ ଛାତ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ଛାତ୍ର ବିରୋଧରେ ଏକ ମାମଲା ରୁଜୁ କରିଛି । ପିଲାଟି ମୁସଲିମ୍‌ ସମ୍ପ୍ରଦାୟର ହୋଇଥିବାବେଳେ ତାର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।

Advertisment

ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶରୁ ସାମ୍‌ନାକୁ ଆସିଛି । ପୋଲିସର ସୂଚନା ଅନୁସାରେ, ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ । ଶିକ୍ଷକଙ୍କ ଏହି କଥାକୁ ନେଇ ଛାତ୍ର ରାଗିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଛାତ୍ର ଓ ଶିକ୍ଷକଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ଚାପୁଡ଼ା ମାରିଥିଲା ଛାତ୍ର ଜଣକ ।

ଏହି ଘଟଣା ପରବର୍ତ୍ତୀ ସମୟରେ ଥାନାରେ ପହଞ୍ଚିଥିଲା । ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତ ଛାତ୍ର ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ସେପଟେ କଲେଜ ପକ୍ଷରୁ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତ ଛାତ୍ରକୁ କଲେଜରୁ ବହିଷ୍କାର କରାଯାଇଛି । ପରେ ପରେ ଛାତ୍ରର ଅଭିଭାବକକୁ କଲେଜକୁ ଡାକି ଲିଖିତ ଭାବେ କ୍ଷମା ମଗାଯାଇଛି ।

Advertisment

ଘଟଣାକୁ ନେଇ କଲେଜର ପ୍ରିନ୍ସପାଲ ଲଳିତା କୁମାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଛାତ୍ରର ମା’ ପିଲାଟିର ଏପରି ବ୍ୟବହାରକୁ ନେଇ କଲେଜକୁ ଆସିଥିଲେ । ସେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି । ପିଲାଟିର ବାପା କୁଏତରେ କାମ କରନ୍ତି ବୋଲି ପୋଲିସ କହିଛି ।

ସେପଟେ ଶିକ୍ଷକ ଜଣକ ମଧ୍ୟ ତାଙ୍କ ଅଭିଯୋଗ ରଖିବା ସହ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ଛାତ୍ର ଜଣକ ଘରକୁ ଯିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ତା’ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ତାଙ୍କୁ ଛାତ୍ର ଜଣକ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

Advertisment

ତେବେ ଏହି ସମସ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି । ସେପଟେ ଛାତ୍ର ଜଣକ ବିରୋଧରେ ଏମ ମାମଲା ରୁଜୁ କରିଛି ।

Uttar Pradesh Teacher Slaps
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ