Advertisment

ପରୀକ୍ଷାରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡ୍‌ ମାଡ଼

ଛାତ୍ରୀ ଜଣକ କାର୍‌ରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ

ଅଦ୍ୟତନ ହୋଇଛି
Matric Student Attacked In Kendrapada

crime

Advertisment

ଦଶମ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବିଫଳ । ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଛି । ତେବେ କୌଶଳ କ୍ରମେ ଛାତ୍ରୀ ଜଣକ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ । ହେଲେ ଖସିଯିବା ସମୟରେ ଦୁର୍ବୁତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି ।

Advertisment

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁରେ ପରୀକ୍ଷା ଦେଇ ଫେରୁଥିବା ବେଳେ ଆଜି ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ଛାତ୍ରୀଙ୍କୁ କାରରେ ଉଠାଇ ନେବା ବେଳେ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା । ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ବେଳେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ କରାଯାଇଛି । ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣକ ଗୁରୁତର ହୋଇପଡିଥିଲେ ।

ବ୍ଲେଡ୍ ମାଡ଼ ପରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ ଛାତ୍ରୀ ଜଣକ । ଆଉ ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ ଲୋକେ । ଆକ୍ରମଣର ଶିକାର ହେବା ପରେ ଛାତ୍ରୀ ଜଣକ ସଂଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲେ ।  ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ଚିକିତ୍ସା ପରେ ଛାତ୍ରୀ ସୁସ୍ଥ ଥିବା ଜଣାପଡିଛି । ଅପହରଣ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।...

Advertisment

(ରିପୋର୍ଟ-ପ୍ରବୀର କୁମାର ନାୟକ, ପଟ୍ଟାମୁଣ୍ଡାଇ)

Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ