Advertisment

୨୦ରୁ ଅଧିକ ଝିଅଙ୍କ ସହ ସଂପର୍କ; ଅଧିକାଂଶ ନାବାଳିକା...ନିଜ ଝିଅକୁ ବି ଛାଡ଼ିଲେନି

୨୦ରୁ ଅଧିକ ମହିଳାଙ୍କୁ କରିଛନ୍ତି ବିବାହ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ୧୫ ବର୍ଷରୁ କମ୍। ନିଜ ଝିଅଙ୍କୁ ବି ଛାଡିଲେନି।

ଅଦ୍ୟତନ ହୋଇଛି
Claiming to be prophet and arrested for marrying 20 women

Claiming to be prophet and arrested for marrying 20 women

Advertisment

ଆମେରିକାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିଥିବା ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ତାଙ୍କ ଝିଅ ସମେତ ୨୦ରୁ ଅଧିକ ମହିଳାଙ୍କୁ ବିବାହ କରିଛନ୍ତି। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ୧୫ ବର୍ଷରୁ କମ୍। ଏଫ୍‌ବିଆଇ ଆଫିଡେଭିଟ୍ ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ସାମୁଏଲ୍ ରାପିଲ୍ ବେଟ୍‌ମ୍ୟାନ୍ ବୋଲି ଜଣାପଡିଛି।

Advertisment

ଶୁକ୍ରବାର ୱାଶିଂଟନ୍‌ରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍‌ରେ ୪୬ବର୍ଷ ବୟସ୍କା ବ୍ୟକ୍ତିଙ୍କ ଉପରେ ଅନାଚାରର ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ଏହି ବ୍ୟକ୍ତି ୯ ବର୍ଷ ବୟସରୁ ଝିଅମାନଙ୍କ ସହ  ସାମୂହିକ ଯୌନ କାର୍ଯ୍ୟରେ ଜଡିତ ଥିଲେ। ଏହା ସହିତ ନାବାଳକଙ୍କ ସହିତ ମଧ୍ୟ ଶାରିରୀକ ସମ୍ପର୍କ ରଖିବାକୁ ପଛଘୁଞ୍ଚା ଦେଉ ନଥିଲେ।

ବେଟ୍‌ମ୍ୟାନ୍ ଏକ ଛୋଟ ଗୋଷ୍ଠୀର ନେତା ଥିଲେ। ୨୦୧୯ରେ ପ୍ରାୟ ୫୦ ଅନୁଗାମୀଙ୍କ ଛୋଟ ଗୋଷ୍ଠୀର ନିୟନ୍ତ୍ରଣ ଗ୍ରହଣ କରିବା ପରେ ସେ ନିଜକୁ ବେଗମ୍ବର ମହମ୍ମଦ ବୋଲି ଘୋଷଣା କରିବାକୁ ଲାଗିଲେ।

Advertisment

FBI ଅନୁଯାୟୀ, ବେଟ୍‌ମ୍ୟାନ୍ ୨୦ ଜଣ ମହିଳାଙ୍କୁ ବିବାହ କରିଥିଲେ - ସେମାନଙ୍କ ମଧ୍ୟରୁ ଅନେକ ନାବାଳିକା ହୋଇଥିବା ବେଳେ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର। ସେମାନଙ୍କ ସହ ଯୌନ ସମ୍ପର୍କ, ଗୋଷ୍ଠୀ ଯୌନ ସମ୍ପର୍କ ଏବଂ ଶିଶୁ ଯୌନ କାରବାରରେ ବାଧ୍ୟ କରୁଥିଲେ।

ରିପୋର୍ଟରେ ଦର୍ଶାଯାଇଛି ଯେ ବେଟମ୍ୟାନଙ୍କୁ ପ୍ରଥମେ ଅଗଷ୍ଟ ୨୮ରେ ଗିରଫ କରାଯାଇଥିଲା। କିଛି ସପ୍ତାହ ପରେ, ସେପ୍ଟେମ୍ବର ୧୩ରେ, ପିଲା ଏବଂ ବୟସ୍କଙ୍କ ସହ ଯୌନ ସମ୍ପର୍କ ଓ କମ ବୟସରେ ବିବାହର ସାକ୍ଷ୍ୟ ନେଇ FBI ତାଙ୍କର ଦୁଇଟି ଘରେ ଚଢାଉ କରିଥିଲା।

Advertisment

ଦସ୍ତାବିଜ୍‌ରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ନିଜ ଝିଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ୩ ପୁରୁଷ ଅନୁଗାମୀଙ୍କୁ ସେ ଅନୁମତି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ୧୨ ବର୍ଷ ବୟସର।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ