Advertisment

ଚିତ୍ତ ପଲେଇ ମୃତ୍ୟୁ ଘଟଣା : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ CDMOଙ୍କ ସନ୍ଦେହ

ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

ଅଦ୍ୟତନ ହୋଇଛି
chita palei

chita palei

Advertisment

ପୁରୀ : ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଚିତ୍ତରଞ୍ଜନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ପୁରୀ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ପ୍ରଣବ ଶଙ୍କର ଦାଶ କହିଛନ୍ତି । ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଷ୍ଟେଟ୍ ଫୋରେନସିକ୍ ଟିମ୍ ଓ ମାମଲାର ତଦନ୍ତ କରୁଥିବା ଥାନାକୁ ଦିଆଯାଇଛି । ଦୁର୍ଘଟଣା ପରେ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ନା ନାହିଁ ସ୍ପଷ୍ଟ ହୋଇନାହିଁ । ଷ୍ଟେଟ ଫୋରେନସିକ ଲ୍ୟାବରୁ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ । ପୂର୍ବରୁ ଭିସେରା ଓ ରକ୍ତନମୁନା ପଠାଯାଇଛି ।

Advertisment

ସେପଟେ କ୍ରାଇମବ୍ରାଞ୍ଚ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ବାଇକ୍ ଦୁର୍ଘଟଣା ଘଟିଥିବା ଜମାରସୁଆଁ ଓ ଚିତ୍ତଙ୍କ ମୃତଦେହ ମିଳିଥିବା ଗଡ଼ମୃଗଶିରାକୁ ଯାଇ ଅନୁଧ୍ୟାନ କରିଥିଲେ । ବିଜେଡି ନେତା ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତଦେହ ଗତ ୧୩ ତାରିଖରେ ପୁରୀ ନୂଆ ନଈରୁ ମିଳିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଦର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ମାମଲାରେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ସଞ୍ଜୟଙ୍କ ଅଡ଼ୁଆ ବଢିଥିଲା । ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପଯର୍ଯ୍ୟ ମୃତ୍ୟୁର କାରଣ ଜଣାପଡିନାହିଁ ।

ମୃତ ଯୁବକ ଚିତ୍ତ ରଞ୍ଜନ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ତେଣୁ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ ଦାସବର୍ମାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ସେପଟେ ସଞ୍ଜୟ ଦାସବର୍ମା କହିଛନ୍ତି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ।

Advertisment
Chittaranjan Palai Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ