Advertisment

ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍।

ଅଦ୍ୟତନ ହୋଇଛି
Chit fund

Chit fund

Advertisment

ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା । ନା ଅଫିସ, ନା କାଗଜ ପତ୍ର, ପୂରା ହାଇଟେକ୍ ତରିକାରେ ମୋବାଇଲ ଆପ୍ ଜରିଆରେ କୋଟି କୋଟିର ଠକେଇ । ଆମେରିକାରୁ ଅପରେଟ୍ ହେଉଥିଲା ଚିଟଫଣ୍ଡ କମ୍ପାନି କ୍ଲାଉଡ ଫଟ୍ । ବାଲେଶ୍ୱରରେ ଠକେଇର ମଙ୍ଗ ଧରିଥିଲା ନିଲେଶ କର ନାମକ ଜଣେ ଯୁବକ । ମୋବାଇଲ୍ ଆପ୍ 'କ୍ଲାଉଡ୍ ଫଟ୍' ଜରିଆରେ ସାରା ଦେଶରେ ୮୦ ହଜାରରୁ ଅଧିକ ଲୋକଙ୍କୁ ଚୂନ ଲଗାଇଛି ଏହି ଅନଲାଇନ ଚିଟ୍ ଫଣ୍ଡ କଂପାନି ।

Advertisment

ଅଳ୍ପ ଟଙ୍କା ବିନିଯୋଗ କରି ଆମେରିକୀୟ ଡଲାରରେ ଲକ୍ଷଲକ୍ଷ ଟଙ୍କା ରୋଜଗାରର ସ୍ୱପ୍ନ ଦେଖାଇ ଲୁଟିଛି କୋଟି କୋଟି ଟଙ୍କା । ରିଚାର୍ଡ ପର୍ସେଲ ନାମକ ବ୍ୟକ୍ତି ଆମେରିକାନ ଇଙ୍ଗ୍ଲିସରେ ଏକ ଭିଡିଓ ବାର୍ତ୍ତାରେ ସ୍କିମର ଲୋଭନୀୟ ଅଫର ବାବଦରେ କହି ଲୋକଙ୍କ ବିଶ୍ୱାସଭାଜନ ହେଉଥିଲା । କ୍ଲାଉଡ୍ ଫଟ୍ କଂପାନି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ସହ ୧୦ ବର୍ଷର ଚୁକ୍ତି ହୋଇଥିବା ନେଇ ଦେଖାଉଥିଲା ଫ୍ରଡ୍ ଡକ୍ୟୁମେଣ୍ଟ । ଏହା ଏକ କ୍ରିପ୍ଟୋ ମାଇନିଂ କଂପାନି କହି ଟଫଣ୍ଡର ବିରାଟ ସାମ୍ରାଜ୍ୟ ଚଳାଇଥିବା ଅଭିଯୋଗ ହୋଇଛି ।

Advertisment

କ୍ଲାଉଡ୍ ଫଟ୍ ଆପରେ ନୂଆ ସଦସ୍ୟ ଯୋଡିବାକୁ ବି ଦିଆଯାଉଥିଲା ଅଫର। ଯିଏ ନୂଆ ନିବେଶକାରୀ ଆଣୁଥିଲା ତାଙ୍କୁ ବୋନସ ଦେବାକୁ ବି ଲୋଭ ଦେଖାଯାଉଥିଲା । କିଛି ଶହ ଟଙ୍କା ନିବେଶ କରି ଆମେରିକୀୟ ଡଲାରରେ ଆୟର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଇଛି କଂପାନୀ। ଅଭିଯୋଗ ଆଧାରରେ ବାଲେଶ୍ୱର କ୍ଲାଉଡ ଫଟ୍ ମୁଖ୍ୟ ନିଲେଶ କରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ଏହାସହ ଅଭିଯୁକ୍ତ ନିଲେଶକୁ ୪ଦିନିଆ ରିମାଣ୍ଡରେ ନେଇ ଚଳାଇଛି ଖୋଳତାଡ଼ ।

ପୂର୍ବରୁ ଲୋନ ଆପର ଚାଇନା ଲିଙ୍କ୍, ଗେମିଂ ପଂଜି ଆପର ଦୁବାଇ ଲିଙ୍କ ପରେ ଏବେ କ୍ଲାଉଡ୍ ଫଟର ଆମେରିକା ଲିଙ୍କ୍ ତଦନ୍ତକାରୀ ସଂସ୍ଥାର ଚିନ୍ତା ବଢ଼ାଇଛି।....

Advertisment
Chit-fund
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ