Prasant Jagadev
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସନ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ ଖାରଜ ହୋଇଛି । ଲୋକ ଓ ପୋଲିସଙ୍କ ଉପରେ କିଛିଦିନ ପୂର୍ବେ ଗାଡ଼ି ଚଡ଼ାଇବା ମାମଲାରେ ଜେଲ୍ ଯାଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ। ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ।
ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଏହାପରଠୁ ସେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଗତକାଲି ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648726701.jpg)