Advertisment

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର।

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

Child Crime

Advertisment

ଭୁବନେଶ୍ୱର: ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା, ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଶିଶୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଭଳି ମାମଲା ୧୮ ଗୁଣା ବଢ଼ିଯାଇଛି। ଯାହାକି ଜାତୀୟ ହାରଠାରୁ ଢେର୍ ଅଧିକ। ନିକଟରେ ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତରରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ । ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ୍ ଅଧ୍ୟକ୍ଷାଙ୍କ କହିବା କଥା, ପୋକ୍ସୋ ଆଇନ୍ ଆସିବା ପରେ ସଚେତନତା ବଢ଼ିଥିବାରୁ ଅଧିକ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଦାଖଲ ହେଉଛି।

Advertisment

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର। ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତର ମଧ୍ୟ ଏ କ୍ଷେତ୍ରରେ ଓଡ଼ିଶାର ବିକଳ ସ୍ଥିତିକୁ ସାମ୍ନାକୁ ଆଣିଛି।

Advertisment

କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର କହୁଛି, ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିରେ ଓଡ଼ିଶା ଦେଶରେ ଚତୁର୍ଥ। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ଏଭଳି ମାମଲା ୧୮ ଗୁଣା ବଢ଼ିଛି। ୨୦୦୯ରେ ଓଡ଼ିଶାରେ ଥିଲା ମାତ୍ର ୮୭ଟି ଶିଶୁ ଯୌନ ନିର୍ଯାତନା ମାମଲା। ୨୦୧୯ରେ ଏହି ସଂଖ୍ୟା ୧୬୪୮ରେ ପହଞ୍ଚିଛି। ଯେଉଁଥିରେ ୨୩୧ଟି ଶିଶୁ ଦୁଷ୍କର୍ମ ମାମଲା ଏବଂ ପୋକ୍ସୋ ଆଇନ୍ ଅଧୀନରେ ୧୪୧୭ଟି ମାମଲା ରୁଜୁ ହୋଇଛି। ଦେଶରେ ୨୦୦୯ରେ ଶିଶୁ ଯୌନ ନିର୍ଯାତନା ମାମଲା ୫, ୩୬୮ ଥିଲା ବେଳେ ୨୦୧୯ରେ ଏହା ୫ ଗୁଣା ବଢି ୩୧ ହଜାର ୧୩୨ରେ ପହଁଚିଛି। ଏହାର ଅର୍ଥ ଜାତୀୟ ହାର ଠାରୁ ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ମାମଲା ବୃଦ୍ଧି ହାର ଢେର ଅଧିକ ରହିଛି। ଶିଶୁ ଅଧିକାର ସୁରକ୍ଷା କର୍ମୀଙ୍କ ମତରେ, ମୋବାଇଲ, ଟେଲିଭିଜନ, ଇଣ୍ଟରନେଟରେ ବହୁଳ ବ୍ୟବହାର ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିର ମୁଖ୍ୟ କାରଣ। ଅଭିଭାବକ ଓ ପୋଲିସର ଦାୟିତ୍ୱହୀନତା ମଧ୍ୟ ଏଥିପାଇଁ କିଛି ପରିମାଣରେ ଦାୟୀ।

ରାଜ୍ୟରେ ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି, ପୋକ୍ସୋ ଆଇନ୍ ଆସିବା ପରେ ସଚେତନତା ବଢ଼ିଛି ତେଣୁ ଅଧିକ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଦାଖଲ ହେଉଛି। କିଭଳି ପୋକ୍ସୋ କୋର୍ଟରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାର ତୁରନ୍ତ ସମାଧାନ କରାଯିବ ଏବଂ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯିବା ସହ ଦୋଷୀ ଦଣ୍ଡିତ ହେବେ, ସେ ଦିଗରେ କମିଶନ କାମ କରୁଛି। ମହିଳା ଥାନା ଭଳି ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଶିଶୁ ଥାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

Advertisment
Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ