Advertisment

ମାନବବାଦ ସଂଗଠନର ମୁଖିଆ ମାନସ ଦାସ ଗିରଫ

ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି।

ଅଦ୍ୟତନ ହୋଇଛି
Manas Das

Manas Das

Advertisment

ଖୋର୍ଦ୍ଧା: ମାନବବାଦ ସଂଗଠନ ମୁଖିଆ ମାନସ ଦାସ ଗିରଫ। ମାନସ ଦାସଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ। ହତ୍ୟା, ହତ୍ୟା ଉଦ୍ୟମ, ଧମକ ଦେବା ଆଦି ଅଭିଯୋଗ ଥିଲା। ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଥିଲା। ବାପା, ପୁଅଙ୍କୁ ଉଠାଇ ନେଇ ଘରେ ପୂରାଇ ମାଡ଼ ଅଭିଯୋଗ ଥିଲା। ହତ୍ୟା ଉଦ୍ୟମ, ହତ୍ୟା ଧମକ ଦେବା ଆଦି ଅଭିଯୋଗ ଥିଲା। ଆଜି ପୋଲିସ ତାଙ୍କ ଘରେ ପହଞ୍ଚି ଥାନାକୁ ନେଇଆସିଥଲା। ପରେ ଗିରଫ ବୋଲି ସୂଚନା ଦିଆଯାଇଥିଲା। ଆଉ କିଛି ସମୟ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। 

Advertisment

 ମାନବବାଦ ସଂଗଠନର ବିବାଦୀୟ ଶପଥପାଠ ସାମନାକୁ ଆସିଥିଲା। ପତ୍ର ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ସାମନାକୁ ଆସିଛି। ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଛି। ନିର୍ଦ୍ଦିଷ୍ଟ ଏକ ଜାତିକୁ ନେଇ ଏକାଠି ହେବାକୁ ଦିଆଯାଇଛି। ବାର୍ତ୍ତା ଅନ୍ୟ ଏକ ଜାତିକୁ ନେଇ ଶତ୍ରୁର ସଜ୍ଞା ବର୍ଣ୍ଣନା କରାଯାଇଛି।

 ଶତ୍ରୁ ଜାତିକୁ ସମର୍ଥନ କରୁଥିବା ସମସ୍ତ ବ୍ୟକ୍ତି ଶତ୍ରୁ ବୋଲି ବିବେଚନା କରାଯାଇଛି। ସାମାଜିକ ସଂଗଠନ କରି ଲୋକଙ୍କ ମନରେ ଅନ୍ୟ ଏକ ଜାତି ପ୍ରତି ଘୃଣା ଭାବ ସୃଷ୍ଟି କରିବା ଏହି ଲିଫଲେଟ୍‌ରେ ବାର୍ତ୍ତା ରହିଛି। ସେଥିରେ ଲେଖା ଅଛି , ଦେଶରେ ମୋ ସମାଜର ଶତ୍ରୁର ଶତ୍ରୁ ସହ ମିତ୍ରତା କରିବି। ପ୍ରତିଭା, କଳା ଓ କୌଶଳ ଏହି ଜାତିର ବିକାଶରେ ଲଗାଇବି। ଆଗାମି ପିଢିକୁ ମୋ ସମାଜର ପରିଚୟ ଦେଇଚାଲିବି। କୌଣସି ପରିସ୍ଥିତିରେ ନିଜ ସମାଜର କ୍ଷତି କରିବି ନାହିଁ।

Advertisment

ନିଜ ସମାଜର ବ୍ୟକ୍ତିଙ୍କୁ ଅପମାନ ସହ ଅନ୍ୟ ବିଚାରଧାରା ବ୍ୟକ୍ତିଙ୍କ ଠାରୁ ଦୂରେଇ ଯିବି। ଯେଉଁମାନେ କେବଳ ସମାଜର ମଙ୍ଗଳଲାଗି ସମୟ, ସଂଯୋଗ ଓ ସମ୍ପତ୍ତି ଦେବେ କେବଳ ସେମାନଙ୍କୁ ହିଁ ଗୁରୁତ୍ୱ ଦେବି । ଶତ୍ରୁକୁ ବିଶ୍ୱାସ କରିବି ନାହିଁ, ତାର ବିନାଶ କଥା ଚିନ୍ତା କରିବି। ଏଭଳି ବାର୍ତ୍ତା ଦେଇ ଜାତି ଜାତି ଭିତରେ ଘୃଣା ଭାବ ସୃଷ୍ଟି କଲାଭଳି ଲେଖା ଉଲ୍ଲେଖ ରହିଛି।

Odisha News Guruji Manas Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ