Advertisment

ମାଓବାଦୀଙ୍କ ବର୍ବରକାଣ୍ଡ...ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ପୋଲିସ ଷ୍ଟେସନଠାରୁ ପ୍ରାୟ ୭୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି।

BJP leader Killed in Chhattisgarh

BJP leader Killed in Chhattisgarh

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ତେୟନାର ଗାଁରେ ବାହାଘର ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ BJP ନେତା ତିରୁପତି କୋଟଲାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ମୃତ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା । ସେ କୋଅପରେଟିଭ୍ ସେଲ୍ କମିଟିର ଜିଲ୍ଲା ସଦସ୍ୟ ତଥା ସଂଯୋଜକ ମଧ୍ୟ ଥିଲେ।

Advertisment

ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ଅନୁଯାୟୀ, ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ତିରୁପତି କୋଟଲା ତୋୟନାର ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ମାଓବାଦୀମାନେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କର ବେକ, ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଗାତ ଲାଗିଥିଲା।

ପୋଲିସ ଷ୍ଟେସନଠାରୁ ପ୍ରାୟ ୭୦୦ ମିଟର ଦୂରରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମାଓବାଦୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।

Advertisment

ଛତିଶଗଡ ମନ୍ତ୍ରୀ କେଦାର କାଶ୍ୟପ ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଲେଖିଛନ୍ତି, "ବିଜେପୁର ବିଜେପି ନେତା ତଥା ଜିଲ୍ଲା ସଦସ୍ୟ ତିରୁପତି କୋଟଲାଙ୍କର ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଅମର ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା।"

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଏବଂ ବିଜେପିର ବହୁ ବଡ ନେତା ଡାକ୍ତରଖାନାରେ ପହଞ୍ଚିଥିଲେ। ତିରୁପତି ବହୁ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ। ଜିଲ୍ଲା ସଦସ୍ୟ ଭାବେ ତୋୟନାରରୁ ନିର୍ବାଚିତ ହୋଇଥିଲେ । ସେ ନକ୍ସଲମାନଙ୍କ ଟାର୍ଗେଟ ତାଲିକାରେ ମଧ୍ୟ ଥିଲେ।

Advertisment

ଗତ ଏକ ବର୍ଷ ମଧ୍ୟରେ ବସ୍ତର ଡିଭିଜନରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ଏହା ହେଉଛି ଷଷ୍ଠ ଘଟଣା। ଏହାପୂର୍ବରୁ ନରାୟଣପୁର, ସୁକମା ଏବଂ ବିଜାପୁରରେ ନକ୍ସଲମାନେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ। ପୁଣି ସେମାନେ ତିରୁପତି କଟଲାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି।

Murder Bijapur BJP Leader Naxalites
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ