Advertisment

CAF କ୍ୟାମ୍ପରେ ଅଘଟଣ; ୨ ସାଥି ଯବାନଙ୍କୁ ଗୁଳିକରି ହତ୍ୟା କଲେ ଯବାନ

ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପ (CAF)ରେ ଅଘଟଣ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ସାଥୀ ଯବାନ। ଏଥିରେ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଯବାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ।

CAF

CAF

Advertisment

ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପ (CAF)ରେ ଅଘଟଣ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ସାଥୀ ଯବାନ। ଏଥିରେ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଯବାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ।

Advertisment

ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ଅଙ୍କିତ ଗର୍ଗଙ୍କ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଛି। ରାୟପୁରଠାରୁ ୪୦୦ କିଲୋମିଟର ଦୂରରେ ଥିବା ସମ୍ରି ପାଥ୍ ପୋଲିସ୍ ଷ୍ଟେସନ ଭୁଟାହି ମୋର୍ ଅଞ୍ଚଳରେ ଥିବା CAF ଏକାଦଶ ବାଟାଲିୟନର 'ବି' କମ୍ପାନୀ କ୍ୟାମ୍ପରେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏଥିରେ ଦୁଇଜଣ ଯବାନ ଗୁରୁତର ହୋଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କନଷ୍ଟେବଳ ଅଜୟ ସିଡର INSAS ରାଇଫଲରୁ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ କନଷ୍ଟେବଳ ରୁପେଶ ପଟେଲଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବେଳେ ସନ୍ଦୀପ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା।

Advertisment

ଆହତ ହୋଇଥିବା ଅନ୍ୟ ଦୁଇ ଯବାନ ହେଲେ ଅମ୍ୱୁଜ ଶୁକ୍ଳା ଓ ରାହୁଲ ବାଘେଲ୍। ସେମାନଙ୍କୁ କୁସମି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅମ୍ୱୁଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଅମ୍ୱିକାପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯବାନଙ୍କୁ ଅଟକ ରଖିଛି ପୋଲିସ। ତେବେ ସେ କାହିଁକି ଏପରି କାଣ୍ଡ ଭିଆଇଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

CAF Colleagues
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ