Advertisment

ଚାନ୍ଦିପୁର ITR ଗୁପ୍ତଚରୀ ମାମଲାରେ ହଟିଲା ୩ଟି ଦଫା

ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ ସାଙ୍କସନ୍ ଆଣିବା କଥା କିନ୍ତୁ...

ଅଦ୍ୟତନ ହୋଇଛି
Chandipur DRDO Espionage Case

Chandipur DRDO Espionage Case

Advertisment

ବାଲେଶ୍ୱର: ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଆବଶ୍ୟକ କାଗଜାତ ଅଭାବରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ୩ଟି ଦଫା। ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪, ୫ ହଟିଛି। ତେବେ ଆବଶ୍ୟକ ଡକ୍ୟୁମେଣ୍ଟ ନଥିବାରୁ ୩ଟି ଏଡିଜେ-୩ ଦଫା ହଟାଇଛନ୍ତି। ୫ ଜଣଙ୍କ ନାଁରେ ଦଫା ୧୨୦ ବି, ୧୨୧ ଏ ଓ ୩୪ IPCରେ ମାମଲା ହୋଇଥିଲା।

Advertisment

ସେମାନଙ୍କ ନାଁରେ ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪ ଓ ୫ ବି ଲାଗିଥିଲା। ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ ସାଙ୍କସନ୍ ଆଣିବା କଥା କିନ୍ତୁ ଚାର୍ଜସିଟ୍ ଦାଖଲ ବେଳେ ପ୍ରସିକ୍ୟୁସନ ସାଙ୍କସନ୍ ଅର୍ଡର ଦାଖଲ ହୋଇନଥିଲା। ପ୍ରସିକ୍ୟୁସନ ସାଙ୍କସନ୍ ଅର୍ଡର ନଥିବାରୁ ୩ଟି ଦଫା ହଟାଯାଇଥିବା ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ଗୁରୁପ୍ରସାଦ ବେହେରା ସୂଚନା ଦେଇଛନ୍ତି। 

ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଓ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା। 

Advertisment
Chandipur DRDO Espionage Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ