Advertisment

ଗ୍ୟାଙ୍ଗଷ୍ଟରକୁ ବାରାକ୍‌ ଭିତରୁ ଘୋଷାଡ଼ି ଆଣି ୧୦୦ ଥର ଛୁରୀ ଭୁସିଲେ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌...

ଟପ୍‌ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗ୍ୟାଙ୍ଗୱାର୍‌ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ।

ଅଦ୍ୟତନ ହୋଇଛି
UP gangster Murder

CCTV Shows Gangster Tillu Tajpuriya Was Stabbed 100 Times In Delhi Jail

Advertisment

ଦିଲ୍ଲୀ ତିହାର ଜେଲ୍‌(Delhi Tihar Jail)ରେ ମଙ୍ଗଳବାର ଦିନ ଟପ୍‌ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ(Gangster Tillu Tajpuria Murder) ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି, ଟିଲ୍ଲୁ ଲାଲ୍‌ ରଙ୍ଗର ଟି-ଶାର୍ଟ ଓ ହାଫ୍‌ ପ୍ୟାଣ୍ଟ ପିନ୍ଧି ନିଜ ସେଲ୍‌ ଭିତରକୁ ଯାଉଛି। ଠିକ୍‌ ଏହି ସମୟରେ ୬ରୁ ୭ ଜଣ କଏଦୀ ଚାଦର ସହାୟତାରେ ଜେଲ୍‌ର ପ୍ରଥମ ମହଲାରୁ ତଳକୁ ଓହ୍ଲାଇ ହାଇ ରିସ୍କ ଜୋନ୍‌ରେ ବନ୍ଦୀ ଥିବା ଟିଲ୍ଲୁର ବାରାକ୍‌ ଭିତରକୁ ପ୍ରବେଶ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆଉ ଜଣେ ଅପରାଧୀ ସଫା, ବେଲ୍‌ରେ ଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଏନକାଉଣ୍ଟରରେ ନିପାତ

ଆକ୍ରମଣକାରୀଙ୍କ ଠାରୁ ନିଜକୁ ବଞ୍ଚାଇବା ଲାଗି ଟିଲ୍ଲୁ ବାରାକ୍‌ରୁ ବାହାରକୁ ଆସିଥିଲା। ହେଲେ ଗ୍ୟାଙ୍ଗୱାର୍‌ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ। ମେ’ ୨ ତାରିଖ ସକାଳ ପ୍ରାୟ ୬ଟା ୧୦ରେ ଏହି ଘଟଣା ଘଟିଥିଲା। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଗ୍ୟାଙ୍ଗଷ୍ଟରକୁ ମରଣାନ୍ତକ ଆକ୍ରମଣ ବେଳେ କୌଣସି ପୋଲିସ୍‌ ଅଧିକାରୀ ତାକୁ ବଞ୍ଚାଇବା ପାଇଁ ଆସିନଥିଲେ। ତେବେ କିଛି କଏଦୀ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ। ହେଲେ ଆକ୍ରମଣକାରୀଙ୍କୁ ଅଟକାଇବା ପାଇଁ କେହି ସାହସ କରିନଥିଲେ।

Advertisment

ସିସିଟିଭି ଫୁଟେଜରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି, ୬ ଜଣ ଲୋକ ଟିଲ୍ଲୁର ମୁଣ୍ଡ, ପିଠି, କାନ୍ଧ ଓ ବେକରେ ଅନେକ ଥର ଛୁରୀରେ ଆକ୍ରମଣ କରୁଛନ୍ତି। ଟିଲ୍ଲୁ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା। ହେଲେ ଆକ୍ରମଣକାରୀମାନେ ତାକୁ ବାରାକ୍‌ ଭିତରୁ ଘୋଷାଡ଼ି ଆଣି ତଳେ ପକାଇ ଆକ୍ରମଣ କରିଥିଲେ। ପୋଲିସ୍‌ ସୂଚନା ଅନୁସାରେ, ପ୍ରତିଦ୍ୱନ୍ଦ୍ୱୀ ଗୋଗି ଗ୍ୟାଙ୍ଗ ଜେଲ୍‌ର ଦ୍ୱିତୀୟ ମହଲାରୁ ତଳକୁ ଓହ୍ଲାଇ ଟିଲ୍ଲୁର ସେଲ୍‌ ଭିତରେ ପଶି ଆକ୍ରମଣ କରିଥିଲେ। 

Advertisment

ସୂଚନାଥାଉ କି, ୨୦୨୧ ମସିହା ସେପ୍ଟେମ୍ବର ୨୪ରେ ଦିଲ୍ଲୀ ରୋହିଣୀ କୋର୍ଟରେ ହୋଇଥିବା ଶୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ଥିଲା ଟିଲ୍ଲୁ। କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିକୁ ହତ୍ୟା କରିବା ପାଇଁ ଗାଙ୍ଗଷ୍ଟର ଟିଲ୍ଲୁ ୨ ଜଣ ଶୁଟର୍‌ଙ୍କୁ ଟ୍ରେନିଂ ଦେଇଥିଲା। ତେବେ କୋର୍ଟ ପରିସରରେ ହୋଇଥିବା ଶୁଟ୍‌ଆଉଟ୍‌ରେ ଉଭୟ ଶୁଟର୍‌ଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ୍‌ ନିଜ ଆଡ଼ୁ ୧୧୧ ପେଜ୍‌ର ଚାର୍ଜଶିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ