/odishatv-khabar/media/post_attachments/uploadimage/library/16_9/16_9_0/____1683001201.jpg)
Top Most Gangster Killed By Rivals In Tihar Jail
ଦିଲ୍ଲୀ ତିହାର ଜେଲ୍ରେ ଗ୍ୟାଙ୍ଗୱାର୍(Tihar Jail Gangwar)। ଏହି ଗ୍ୟାଙ୍ଗୱାର୍ରେ ଦିଲ୍ଲୀର ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ(Gangster Tillu Tajpuria Murder)କୁ ହତ୍ୟା କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ଜେଲ୍ ଭିତରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଟିଲ୍ଲୁ ଉପରେ ମରଣାନ୍ତକ ଆକ୍ରମଣ ହେବା ଯୋଗୁ ତା’ର ମୃତ୍ୟୁ ହୋଇଛି। ଲୁହା ଗ୍ରୀଲ୍ରେ ତା’ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ଟିଲ୍ଲୁକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଜେଲ୍ ନମ୍ବର-୮ରେ ବନ୍ଦୀ ଥିବା ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଲୁହା ଗ୍ରୀଲ୍ରେ ଜେଲ୍ ନମ୍ବର-୯ରେ ବନ୍ଦୀ ଥିବା ଟିଲ୍ଲୁ ଉପରେ ହଠାତ୍ ଆକ୍ରମଣ କରିଥିଲା। ଏଥିରେ ଟିଲ୍ଲୁ ଗୁରୁତର ଆହତ ହୋଇଥିଲା। ତେବେ ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।
ସୂଚନାଥାଉ କି, ୨୦୨୧ ମସିହା ସେପ୍ଟେମ୍ବର ୨୪ରେ ଦିଲ୍ଲୀ ରୋହିଣୀ କୋର୍ଟରେ ହୋଇଥିବା ଶୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ଥିଲା ଟିଲ୍ଲୁ। କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିକୁ ହତ୍ୟା କରିବା ପାଇଁ ଗାଙ୍ଗଷ୍ଟର ଟିଲ୍ଲୁ ୨ ଜଣ ଶୁଟର୍ଙ୍କୁ ଟ୍ରେନିଂ ଦେଇଥିଲା। ତେବେ କୋର୍ଟ ପରିସରରେ ହୋଇଥିବା ଶୁଟ୍ଆଉଟ୍ରେ ଉଭୟ ଶୁଟର୍ଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ୍ ନିଜ ଆଡ଼ୁ ୧୧୧ ପେଜ୍ର ଚାର୍ଜଶିଟ୍ ଦାଖଲ କରିଥିଲା।
ଟିଲ୍ଲୁ ବିରୋଧରେ ହତ୍ୟା, ବେଆଇନ୍ କବ୍ଜା, ଜୋରଜବରଦସ୍ତି ବଟି ଆଦାୟ ସମେତ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓ ଟିଲ୍ଲୁ ଉଭୟ ଭଲ ବନ୍ଧୁ ଥିଲେ। ତେବେ କଲେଜ ନିର୍ବାଚନ ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁ ଉଭୟ ଭିନ୍ନ-ଭିନ୍ନ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରୁଥିଲେ। କଲେଜ ଛାଡ଼ିବା ପରେ ଉଭୟ ଅପରାଧ ଦୁନିଆରେ ପାଦ ରଖିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)