CBI arrests Paradip Port Health Organisation officer Dr Rajendra Panigrahi
ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍ ପରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ସିବିଆଇ ପାରାଦୀପରୁ ଭୁବନେଶ୍ୱର ଆଣିଛି।
କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା। ୪ଟି ସ୍ଥାନରେ ରେଡ୍ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି। ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଛି।
ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ଅପର୍ଯ୍ୟାପ୍ତ ଟଙ୍କା ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି। ସୂଚନାଥାଉ କି, ୫୦ ହଜାର ଲାଞ୍ଚ ନେଇ କାଲି ଡାକ୍ତର ରାଜେନ୍ଦ୍ର ଧରାପଡ଼ିଥିଲେ। କୋଭିଡ କ୍ଲିୟରାନ୍ସ ପାଇଁ ସେ ଏହି ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697177546.jpg)