Advertisment

ପାରାଦୀପ ବନ୍ଦର ସ୍ୱାର୍ଥହାନି କରି ୬୦ ଲକ୍ଷ ଡିଲ୍‌ର ପର୍ଦ୍ଦାଫାସ: OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ଅଭିଯୋଗରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଗିରଫ, OSL DGMଙ୍କ ସହ ଆଉ ୩ ଜଣଙ୍କୁ ବାନ୍ଧିଲା ସିବିଆଇ...

 Mahima Mishra

Mahima Mishra

Advertisment

ପାରାଦୀପ ବନ୍ଦରକୁ କ୍ଷତି ଆଉ ବ୍ୟକ୍ତିଗତ ଲାଭ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର । ଏ ଅଭିଯୋଗରେ ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଗିରଫ ହୋଇଛନ୍ତି । ଗତକାଲିଠୁ ଏ ମାମଲାରେ ତନାଘନା କରୁଥିବା CBI ଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କରିବା ପରେ ଆଜି ସରୋଜଙ୍କ ସହ ମୋଟ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍- OSL ଅପରେସନ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ, OSLର ଠିକା କର୍ମଚାରୀ ଠିକାଦାର ସୁମନ୍ତ ରାଉତ ଓ KCT ଗ୍ରୁପ୍ ପୋର୍ଟର ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର । ଏମାନଙ୍କୁ ମିଶାଇ ଏ ମାମଲାରେ ମୋଟ ୭ ଅଭିଯୁକ୍ତ ଥିବା ସିବିଆଇ ଦର୍ଶାଇଛି ।

Advertisment

ଯେଉଁମାନଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଛନ୍ତି ସାନ ପୁଅ ତଥା OSLର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର ଏ ଘଟଣାରେ ଆଜି ବି ବିଭିନ୍ନ ସ୍ଥାନରେ ରେଡ୍ କରୁଛି ସିବିଆଇ । ଏ ବିପୁଳ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ, ଘର ଓ ଅନ୍ୟ ସ୍ଥାନରେ ରେଡ୍ ସହ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ । ଆଜି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା ।

କଣ ଏହି ଲାଞ୍ଚ କାରବାର ମାମଲା:-

ସିବିଆଇର ସୂଚନା ଅନୁସାରେ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ବିଭିନ୍ନ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଇ ତାଙ୍କ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଞ୍ଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣକ ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।

Advertisment

ନିକଟରେ କାର୍ଗୋ ଅପଲୋଡିଂ ବେଳେ କଟକର ଏହି ଘରୋଇ କମ୍ପାନୀ (OSL) ବନ୍ଦରର କନଭେୟର ବେଲଟ ପ୍ରତି କ୍ଷତି ପହଞ୍ଚାଇଥିଲା । ତେବେ ଏହାର ମରାମତି କିମ୍ବା ନୂଆ ଲଗାଇବା ବ୍ୟୟବହୁଳ ହୋଇଥିବାରୁ ଏଠାରେ ଅପରାଧିକ ଷଡ଼ଯନ୍ତ୍ର କରିଥିଲେ । ଚିଫ୍ ମେକାନିକାଲ ଇଞ୍ଜିନିୟର ମଧ୍ୟସ୍ଥିଙ୍କ ଜରିଆରେ ସଂପୃକ୍ତ କମ୍ପାନୀଠୁ ୬୦ ଲକ୍ଷ ଟଙ୍କାର ଲାଞ୍ଚ ପାଇଁ ଡିଲ୍ ଫାଇନାଲ କରି ପାରାଦୀପ ବନ୍ଦର ଅର୍ଥରେ କନଭେୟର ବେଲଟ୍ ମରାମତି କରିଥିଲେ । ଫଳରେ ସଂପୃକ୍ତ ଘରୋଇ କମ୍ପାନୀକୁ ବିପୁଳ ଆର୍ଥିକ ଫାଇଦା ମିଳିଥିଲା ।

୬୦ ଲକ୍ଷ ଲାଞ୍ଚ ଟଙ୍କାରୁ ମଧ୍ୟସ୍ଥି କଟକରୁ ୨୫ ଲକ୍ଷ ଟଙ୍କା ଗ୍ରହଣ କରିଥିଲା । ସେହିଭଳି ମଧ୍ୟସ୍ଥି ନିଜ ପାଖରେ ଆଉ ୧୦ ଲକ୍ଷ ଟଙ୍କା ରଖିବା ଅନ୍ୟ ୧୦ ଲକ୍ଷ ଟଙ୍କାରେ ସରୋଜ ନାଁରେ ଭୁବନେଶ୍ୱରରେ ଏକ ଫ୍ଲାଟ୍ ବୁକ୍ ହୋଇଥିବା ସିବିଆଇ ସୂଚନା ପାଇଛି ।

Advertisment

ସିବିଆଇ ରେଡ୍ ବେଳେ OSL ଡିଜିଏମ ସୂର୍ଯ୍ୟନାରାୟଣଙ୍କଠାରୁ ୪୧ ଲକ୍ଷ ଟଙ୍କା ଜବତ ହୋଇଛି । ସେଭଳି ମଧ୍ୟସ୍ଥି ସୁମନ୍ତ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ସହ ଆଉ ୧୮ ଲକ୍ଷ ଲାଞ୍ଚ ଟଙ୍କା ବି ମିଳିଛି । ମାମଲାରେ CBI ଏପର୍ଯ୍ୟନ୍ତ ମୋଟ ୮୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଅନୁସନ୍ଧାନ ବେଳେ ସରୋଜଙ୍କଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଓ ନିବେଶ ସମ୍ପର୍କିତ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଛି ।

Mahima Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ