Advertisment

ଗଳାବାଟ ଖୋଜୁଥିଲା ରାକ୍ଷସ ଅଙ୍କଲ: ଆସିଲା ଖସିଯିବାକୁ ଉଦ୍ୟମ କରୁଥିବା ସମୟର ସିସିଟିଭି ଫୁଟେଜ୍

କୁକର୍ମ କରି ଫେରାର ମାରିବାକୁ ଷଡ଼ଯନ୍ତ୍ର ରଚିଥିଲା କୁତ୍ସିତ ମଣିଷ, ପରିବାର ସହ ଫେରାର ଉଦ୍ୟମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Rape-accused Delhi officer

Rape-accused Delhi officer

Advertisment

କୁତ୍ସିତ କାଣ୍ଡ ଘଟାଇବା ପରେ ପୋଲିସ୍‌ ଆଖିରେ ଧୂଳିଦେବାକୁ ଉଦ୍ୟମ । ଅଙ୍କଲ୍ ଡାକୁଥିବା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଗର୍ଭବତୀ କରିଥିବା ବିକୃତ ମାନସିକଧାରୀ ମଣିଷ ସପରିବାରେ ଖସିଯିବାକୁ ଉଦ୍ୟମ କରୁଥିଲା । ବର୍ତ୍ତମାନ ସେହି ସମୟର ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି ।

Advertisment

ଅଭିଯୁକ୍ତ ସୋମବାର ସକାଳ ୯.୩୫‌ରେ ଖସିଯିବାକୁ ଚେଷ୍ଟା କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ନୀଳ ରଙ୍ଗର ଏକ ସାର୍ଟ ପିନ୍ଧି ଏକ କାର ଚଳାଇ ଖସିଯିବାକୁ ଉଦ୍ୟମ କରୁଛି । ଏବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରୁଛି ଦିଲ୍ଲୀ ପୋଲିସ।

କେବଳ ଏତିକି ନୁହେଁ ଆଇନ ଜାଲରୁ ରକ୍ଷା ପାଇବା ପାଇଁ ସେ ଆଗୁଆ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା । ଗିରଫଦାରୀକୁ ଏଡାଇବା ପାଇଁ ସେ କୋର୍ଟରେ ଜାମିନ ଆବେଦନ କରିବାକୁ ପ୍ରସ୍ତୁତ ହେଉଥିଲା। ହେଲେ ଠିକ୍ ସମୟରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ।

Advertisment

ପୂରା ଘଟଣା –

ଦିଲ୍ଲୀ ସରକାରଙ୍କ ସରକାରୀ ଅଧିକାରୀ ପ୍ରେମୋଦୟ ଖାଖା। ପଦବୀ ତାଙ୍କର,ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ଡେପୁଟୀ ନିର୍ଦ୍ଦେଶକ । ତାଙ୍କ ପାଖରେ ବିଶ୍ୱାସ ଆଉ ଭରସାରେ ବାପଛେଉଣ୍ଡ ଝିଅକୁ ଘରେ ଛାଡ଼ିଯାଇଥିଲେ  ’, ସେହି ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ ପ୍ରେମୋଦୟ । ଆଉ ତାହାରି ଭିତରେ ପତ୍ନୀଙ୍କ ସହାୟତାରେ ଔଷଧ ଖୁଆଇ ପ୍ରେମୋଦୟ ଖାଖା ନାବାଳିକାଟିର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଥିଲା। ଆଉ ଏହି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପ୍ରେମୋଦୟ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ।

 ଏହି ଜଘନ୍ୟ କାହାଣୀ ଆରମ୍ଭ ହୋଇଥିଲା୨୦୨୦ରୁ। ସେତେବେଳେ ନାବାଳିକାର ବୟସ ଥିଲା ମାତ୍ର ୧୪ ବର୍ଷ। ସେହି ସମୟରେ ଏକ ଚର୍ଚ୍ଚରେ ପ୍ରେମୋଦୟ ଖାଖାଙ୍କ ସହ ସଂପୃକ୍ତ ନାବାଳିକାଙ୍କ ବାପା, ମା’ଙ୍କ ପରିଚୟ ହୋଇଥିଲା। ସେହି ପରିଚୟରୁ ଉଭୟ ପରିବାର ମଧ୍ୟରେ ଘନିଷ୍ଠ ହେଲା ସଂପର୍କ। ଘଟଣାକ୍ରମେ ନାବାଳିକାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ଝିଅକୁ ନେଇ ଚିନ୍ତାରେ ଥିଲେ ମା’। କିନ୍ତୁ ପାଠ ପଢ଼ିବ ଓ ଭଲରେ ରହିବ ବୋଲି ପ୍ରସ୍ତାବ ଦେବା ପରେ ସଂପୃକ୍ତ ନାବାଳିକାଙ୍କ ମା’ ହଁ ଭରି ପ୍ରେମୋଦୟଙ୍କ ଘରେ ଛାଡ଼ିଦେଇ ଆସିଥିଲେ।

Advertisment

ଏହାର ୪ ମାସ ପରେ ସଂପୃକ୍ତ ନାବାଳିକା ପ୍ରତି ଲୋଲୁପ ଦୃଷ୍ଟି ପକାଇଥିଲେ ପ୍ରେମୋଦୟ। ଆଉ ୧୭ ବର୍ଷିୟା ଝିଅ ସହ କରି ଚାଲିଥିଲେ ଦୁଷ୍କର୍ମ। ତାହାରି ଭିତରେ ଗର୍ଭପାତ ବି କରାଇଥିଲେ। ତେବେ ୨୦୨୧ ଜାନୁୟାରୀରେ ନାବାଳିକାଟି ମା’ପାଖକୁ ଆସିବା ପରେ ଧରାପଡ଼ିଯାଇଥିଲା ସବୁକିଛି। ଆଉ କାଉନସେଲିଂ ପରେ ଖୋଲିଯାଇଥିଲା ପ୍ରେମୋଦୟଙ୍କ ପାପକର୍ମର ପେଡ଼ି ।

CCTV Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ