Advertisment

ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍; ସ୍କର୍ପିଓରୁ ୩.୪୦ ଲକ୍ଷ ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା।

Cash Siezed

Cash Siezed

Advertisment

ଦାମୀ ଗାଡ଼ିରୁ ମିଳୁଛି ପୁଳା ପୁଳା ନୋଟ୍। ଆଜି ଆଉ ଏକ ଗାଡ଼ିରୁ ମିଳିଛି ଲକ୍ଷ ଲକ୍ଷ ଟଙ୍କା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ଗଣିଆ ଗାଁ ନିକଟରେ ଗାଡ଼ିମୋଟର ଯାଞ୍ଚବେଳେ ଏକ ସ୍କର୍ପିଓରୁ ମିଳିଛି ୩ ଲକ୍ଷ ୪୦ ହଜାର ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ ଏହି ଗାଡ଼ିରେ ଥିଲେ ବିନିକା ଥାନା ସେଲେଡି ଗାଁର କୁକୁଡ଼ା ବ୍ୟବସାୟୀ କୁବେର ପେରା ଓ ବିନିକାର ଦଖିଲ କର।

Advertisment

ଏକ କଳାରଙ୍ଗର ସ୍କର୍ପିଓରୁ ଏହି ଟଙ୍କାକୁ ପୋଲିସ ଜବତ କରିଛି। ତେବେ ଏହି ଜବତ ଟଙ୍କା ସଂପର୍କରେ ସଠିକ୍ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତମାସ ୬ ତାରିଖରେ ମଧ୍ୟ ଜିଲ୍ଲାର ବିନିକା କଲେଜ ଛକରେ ପୋଲିସର ନାକାବନ୍ଦୀବେଳେ ଏକ ଇନୋଭା କାରରୁ ମିଳିଥିଲା ୫୫ ଲକ୍ଷ ୨୦ ହଜାର ଟଙ୍କା।

ସେହିପରି ଏପ୍ରିଲ ୨୮ରେ ଏକ ବୁଲେଟ ବାଇକ୍ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କାକୁ ଜବତ କରିଥିଲା ବିନିକା ପୋଲିସ I ଆଉ ଆଜି ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ମିଳିଥିବାବେଳେ ଏହି ଟଙ୍କା କାହାର ? କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ? ସେନେଇ ପୋଲିସ କିମ୍ବା ଅଟକ ୨ ଯୁବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ଚେକିଂବେଳେ ଦାମୀ କାରରୁ ମିଳିଛି ଲକ୍ଷେ ୫ ହଜାର ଟଙ୍କା। ନନ୍ଦନକାନନ-ଭୁବନେଶ୍ୱର ରାସ୍ତା ଡ୍ରିମ୍ ସିଟି ନିକଟରେ ୨ଟି ଏସ୍ଏସଟି ଟିମ୍ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ବେଳେ ଏହି କାରରୁ ନଗଦ ଟଙ୍କା ଜବତ ହୋଇଥିଲା। ତେବେ ପଚରାଉଚରା ବେଳେ କାରରେ ଥିବା ବ୍ୟକ୍ତିଜଣକ ସଠିକ୍ ସୂଚନା ଦେଇପାରିନଥିଲେ ବୋଲି କୁହାଯାଉଛି। ଫଳରେ ୧ ଲକ୍ଷ ୫ ହଜାର ଟଙ୍କାକୁ ଜବତ ସହ ଟଙ୍କା ଫେରସ୍ତ ପାଇଁ ଖୋର୍ଦ୍ଧା ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ଅନୁମତି ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ସୂଚିତ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Cash Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ