Advertisment

କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ

ବ୍ୟାଙ୍କରୁ ବାହାରି ବଡ଼ମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛକରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ୍ ସୁଇଚ୍ ଅଫ୍; ପତ୍ତା ମିଳୁନି ।

ଅଦ୍ୟତନ ହୋଇଛି
Bank Manager Missing

Bank Manager Missing

Advertisment

ବ୍ୟାଙ୍କ୍‌କୁ ଯାଉଥିବା ବେଳେ କାନାଡା ବ୍ୟାଙ୍କ୍ ମ୍ୟାନେଜର ବାଟରୁ ନିଖୋଜ । ଦୁଇ ଦିନ ଛୁଟି ସାରି ସୋମବାର ଦିନ ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଟକ ଜିଲ୍ଲାର ବାଙ୍କୀ ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖାକୁ ଯାଉଥିବା ବ୍ରାଞ୍ଚ ମ୍ୟାନେଜର ବୈଦେଶ୍ୱର୍ ଥାନାର କିଛି ବାଟ ପୂର୍ବରୁ ନିଖୋଜ ହୋଇ ଯାଇଛନ୍ତି ।

Advertisment

ଏନେଇ କଳାପଥର ଶାଖାର ବ୍ରାଞ୍ଚ ମ୍ୟାନେଜର କାନାଡା ବ୍ୟାଙ୍କ୍ ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁ ନିଜ ଘର୍ ବ୍ରହ୍ମପୁରରୁ ବାଇକରେ ଆସି ଠିକ୍ ସାଢ଼େ ନଅ ଟାରେ କଳପଥାର ଶାଖାରେ ପହଞ୍ଚି କିଛି ବ୍ୟାଙ୍କ୍ ସମ୍ପର୍କିତ କାର୍ଯ୍ୟ କରି ବାଇକ୍ ଯୋଗେ ବଡମ୍ବା ଯାଉଥିଲେ । ହେଲେ ପତନି ଛକ ପାସ କରିବା ପରେ ଆଉ ମ୍ୟାନେଜରଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା । 

ବହୁ ଖୋଜା ଖୋଜି ପରେ କଳା ପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁର ପତ୍ତା ମିଳୁ ନ ଥିବାର ଏକ ଲିଖିତ ଏତଲା ଦାୟର କରାଯାଇଛି । ଏତଲା ଆଧାରରେ ପୋଲିସ୍ ତନାଘନା କରୁଛି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ