Advertisment

କ୍ୟାମେରାମ୍ୟାନ୍ ମାନସ ମର୍ଡର ମିଷ୍ଟ୍ରି: କେଉଁଠି ଅଛନ୍ତି ୱେବ୍‌ ପୋର୍ଟାଲ ମାଲିକାଣୀ ?

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ?

Cameraman Manas Swain Murder

Cameraman Manas Swain Murder

Advertisment

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କାହିଁକି ହତ୍ୟା କରାଗଲା ? ମାନସଙ୍କ ହତ୍ୟା ପଛରେ କ’ଣ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସଂପୃକ୍ତି ରହିଛି ? ଶର୍ମିଷ୍ଠା ଏବେ କେଉଁଠି ? ମାନସଙ୍କ ପାଖରେ ଥିବା ମୋମୋରି ଚିପ୍‌ରେ ଏପରି କଣ ଥିଲା ଯେ ଯାହାକୁ ନେଇ ମାନସଙ୍କୁ ହତ୍ୟା କରାଗଲା ? ମେମୋରି ଚିପ୍‌କୁ ଖୋଜି ପାଇଲାଣି କି ପୋଲିସ୍ ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି।

Advertisment

କାରଣ ହତ୍ୟା ମାମଲାରେ ଦିନ ଯେତେ ବିତୁଛି, ସେତେ ଏହାକୁ ନେଇ ରହସ୍ୟ ବଢ଼ୁଛି। ଶର୍ମିଷ୍ଠାଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରଠୁ ତାଙ୍କ ପତ୍ତା ମିଳୁନି। ଭୁବନେଶ୍ୱର ଦୟାଲ ଆଶ୍ରମରେ ଯାଇ ପୋଲିସ୍ ଏସମ୍ପର୍କରେ ତଦନ୍ତ ବି କରିଛି। ସେପଟେ ମାନସ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ୍‌ ସହାୟତା ଲୋଡ଼ିଛି ଚାନ୍ଦବାଲି ପୋଲିସ୍‌।

ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ୱାଡ୍ ଟିମ୍ କରାଯାଇଛି। ଉଭୟ ପୋଲିସ୍ ଏହି ମାମଲାରେ ତଦନ୍ତ କରୁଥିବା କମିଶନରେଟ୍ ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି।  

Advertisment
Cameraman Manas Swain Murder Cameraman Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ