Advertisment

ମାନସ ହତ୍ୟା ମାମଲାରେ ବଡ଼ ଖୁଲାସା: ଗାଡ଼ି, ଟଙ୍କା ଦେଇ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ  ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। 

Advertisment

ଶର୍ମିଷ୍ଠାଙ୍କୁ ଯାଜପୁର କାଳିଆପାଣିକୁ ଫେରାର କରାଇଥିଲେ ନିରଞ୍ଜନ। ଫେରାର ପାଇଁ ୧୦ ହଜାର ଟଙ୍କା ଓ ଗାଡ଼ି ଯୋଗାଇ ଦେଇଥିଲେ ନିରଞ୍ଜନ।ପଞ୍ଚମ ଦିନ ଜେରା ବେଳେ ନିରଞ୍ଜନ ଏହି ବଡ଼ ଖୁଲାସା କରିଛନ୍ତି।

ମାନସଙ୍କୁ ଅପହରଣ ଦିନ ନିରଞ୍ଜନ ଦୟାଲ ଆଶ୍ରମ ଯାଇଥିଲେ। ସେହିଦିନ ନିରଞ୍ଜନ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ଅଫିସ ମଧ୍ୟ ଯାଇଥିବା ନେଇ ସୂଚନା ମିଳିଛି। ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ସ୍ଥିତ ‘ସଂପୂର୍ଣ୍ଣ’ ଅଫିସ୍‌ରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଫିସ୍‌କୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍‌ ଯାଞ୍ଚ କରିଛି। 

Advertisment

୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜ୍‌ଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ହେଉଛି। ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ?ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି।

Cameraman Manas Swain Murder Cameraman Manas Swain Sarmistha Rout Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ