Advertisment

ସାମ୍ନାକୁ ଆସିଲା ନିରଞ୍ଜନଙ୍କ ଭାଇରାଲ୍‌ ଭିଡିଓ, ପୁରୀ ସମୁଦ୍ରକୂଳରେ ହୋଇଥିଲା ଶୁଟିଂ

ଖୋଲିବ କି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍‌ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Viral Video Of Niranjan Sethi

Viral Video Of Niranjan Sethi

Advertisment

ଖୋଲିବ କି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ? ମାମଲାରେ ଆଜି ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ଦିନରେ ୪ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ।

Advertisment

‘ସମ୍ପୂର୍ଣ୍ଣ’ ନ୍ୟୁଜ୍‌ ପୋର୍ଟାଲର ମାଲିକାଣି ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକ ଓରଫ୍ ରାଜ୍‌ଙ୍କୁ ଜେରା କ୍ରାଇମବ୍ରାଞ୍ଚ ଟିମ୍ ଘନ ଘନ ପ୍ରଶ୍ନ କରୁଛି। ଆଜି ଏହି ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ମୁହାଁମୁହିଁ ଜେରା କରିପାରେ ବୋଲି ଜଣାପଡ଼ିଛି। 

ମୁହାଁମୁହିଁ ଜେରାରୁ କିଏ ସତ କହୁଛି ସତ ? କିଏ କହୁଛି ମିଛ ? ଆଉ କିଏ ତଥ୍ୟ ଲୁଚାଉଛି ? ଜଘନ୍ୟ ଅପରାଧରେ କାହାର ଭୂମିକା କ’ଣ ଥିଲା ? ଏଭଳି ଅନେକ ପ୍ରଶ୍ନର ଉତ୍ତର ମୁହାଁମୁହିଁ ଜେରା ବେଳେ ସାମ୍ନାକୁ ଆସିପାରେ। ଅଭିଯୁକ୍ତଙ୍କୁ ଦୟାଲ ଆଶ୍ରମ ଅଣାଯାଇ କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ ହୋଇପାରେ। 

Advertisment

ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍‌ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି। ଗତ ଜାନୁଆରୀରେ ପୁରୀ ସମୁଦ୍ରକୂଳରେ ଭିଡିଓଟି ସୁଟିଂ ହୋଇଥିବା ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଛୋଟ ଛୁଆକୁ ପାଣିରୁ ଉଦ୍ଧାର କରାଯାଇ ଛୁଆଟି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଉଛି। ସବୁଠାରୁ ବଡ଼ କଥା, ଏହି ଭିଡିଓଟି ଡିଲିଟ୍‌ ହୋଇଯାଇ ଥିବାରୁ ଏନେଇ ନିରଞ୍ଜନ ଓ ଶର୍ମିଷ୍ଠା ଉତ୍‌କ୍ଷିପ୍ତ ହୋଇଯାଇଥିଲେ ବୋଲି କୁହାଯାଉଥିଲା। ଭିଡିଓଟିକୁ ଚିପ୍‌କୁ ରିକଭରି କରି ଦେବା ପାଇଁ ସେମାନେ ମାନସଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ପ୍ରକୃତ ସତ କ’ଣ ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

ପ୍ରକୃତରେ କେଉଁ ଭିଡିଓ ଓ କେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଗଲା ? ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ? ମାନସଙ୍କ ହତ୍ୟା ପଛର ପ୍ରକୃତ କାରଣ କଣ ? ମେମୋରି ଚିପ୍‌ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ଏବଂ ପରେ ହତ୍ୟା କରି ଶବ ପୋତିବା ଯାଏ କଥାଗଲା ? ମେମୋରୀ ଚିପ୍ ଏବେ କେଉଁଠି ?  ଏଭଳି ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ଜେରାବେଳେ ହତ୍ୟାର କାରଣ, ମେମୋରି ଚିପ୍ ମିଷ୍ଟ୍ରି ଏବଂ ଅପରାଧିକ ଷଡ଼ଯନ୍ତ୍ର ଉପରେ ଫୋକସ୍ ରଖାଯାଇଛି। ଜେରା ସରିବା ପରେ ଆବଶ୍ୟକ ପଡ଼ିଲେ କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। 

Advertisment
Viral Video Manas Swain Murder Case Sarmistha Rout Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ