Advertisment

ଡେମୋ ଦେଖାଇବା ବେଳେ କାନ୍ଦି କାନ୍ଦି କହିଲେ ଶର୍ମିଷ୍ଠା, ଆଶ୍ରମ ଭିତରେ କେମିତି ମାନସଙ୍କୁ କରିଥିଲେ ହତ୍ୟା...

ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ କ୍ରାଇମ ସିନ୍ ରିକ୍ରିଏସନ୍‌ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍‌ ଜାରି ରହିଛି। ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ କ୍ରାଇମ ସିନ୍ ରିକ୍ରିଏସନ୍‌ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। 

Advertisment

ସୂଚନା ଅନୁସାରେ, କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଆଜି ଚାନ୍ଦବାଲି ପଳାଶପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଏହାପରେ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ କ୍ରାଇମ ସିନ୍ ରିକ୍ରିଏସନ୍‌ ବେଳେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। ମାନସଙ୍କୁ ରଖିଥିବା ରୁମ୍ ଦେଖାଇବା ବେଳେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। 

ଦୟାଲ ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା, ତାହାର ଡେମୋ ଦେଖାଇଥିଲେ ଶର୍ମିଷ୍ଠା। ଏହାସହ ହତ୍ୟାରେ ବ୍ୟବହୃତ ହତିଆର ଓ ସାମଗ୍ରୀ କେଉଁଠି ଫିଙ୍ଗିଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଶର୍ମିଷ୍ଠା ଦେଖାଇଛନ୍ତି । ଦୟାଲ ଆଶ୍ରମ ପରେ ଶର୍ମିଷ୍ଠାଙ୍କୁ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇଥିବା ଜଣାପଡ଼ିଛି। 

Advertisment

ଏହା ପୂର୍ବରୁ ଆଜି ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ପ୍ରଥମେ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଥିଲେ। ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା, ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ପାଖରେ ଥିବା ବଧିମୁହାଁ ସାହିର ଦୋଳ ମଣ୍ଡପରେ ସେମାନେ ବସିଥିଲେ। ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା କହିଥିବା ସୂଚନା ମିଳିଛି। 

Cameraman Manas Swain Murder Cameraman Manas Swain Sarmistha Rout Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ