Cameraman Manas Swain Murder Case
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୃର୍ଥ ଦିନ । ତିନି ଦିନର ତଦନ୍ତ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ ଜାଣିପାରିନି । ତେଣୁ ଏସମ୍ପର୍କରେ ଅଧିକ ପ୍ରମାଣ ପାଇଁ ଆଜି ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିପାରେ ।
୩ ଦିନ ହେଲା ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନଙ୍କୁ ଜେରା କରୁଛି । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କର ରିମାଣ୍ଡ ସରିବ ତେଣୁ ଆଜି କ୍ରାଇମ୍ ସ୍ପଟ୍କୁ ନେଇ ବଳିଷ୍ଠ ପ୍ରମାଣ ଯୋଗାଡ଼ କରାଯାଇପାରେ ।
ଅନ୍ୟପକ୍ଷେ, ଗତକାଲି ଏହି ମାମଲାରେ ବଡ଼ ତଥ୍ୟ ସାମ୍ନାକୁ ଆସିଥିଲା। ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଥିବାବେଳେ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରାଯାଇଥିବା କଥା କଥା ମଧ୍ୟ ରଞ୍ଜନ ସ୍ୱୀକାର କରିଥିବାର ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648710452.jpg)