loot
ଅଟୋରେ ଆସି, ଚୋରି କରି ନେଇଗଲେ ବୁଲେଟ୍ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସିସିଟିଭିରେ କଏଦ ହୋଇଛି ଚୋରିର ଦୃଶ୍ୟରେ । ଏନେଇ ମଞ୍ଚେଶ୍ୱର ଥାନାରେ ବୁଲେଟ୍ ମାଲିକ ଅଭିଯୋଗ କରିଛନ୍ତି।
ବୁଲେଟକୁ ବେଶ ଚାଲାକର ସହ ଚୋରି କରି ନେଉଛନ୍ତି ଦୁଇ ଜଣ ଚୋର । ପ୍ରଥମେ ଗେଟ୍ ପାର କରି ଜଣେ ବ୍ୟକ୍ତି ଘର ଭିତରକୁ ପଶୁଛନ୍ତି । ଆଉ ଅନ୍ୟ ଜଣେ ବାହାରେ ଅପେକ୍ଷା କରି ରହିଛି । ବୁଲେଟର ଲକ୍ ଭାଙ୍ଗିବା ପରେ ବୁଲେଟକୁ ଧରି ଛୁ ମାରିଲା ଚୋର ।
ଖାଲି ଏତିକି ନୁହେଁ ଗଲା ବେଳେ ସାଙ୍ଗରେ ହେଲମେଟକୁ ବି ନେଇ ଚାଲିଗଲେ । ଘଟଣା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏ ଘଟଣାରେ କାହାକୁ ଗିରଫ କରି ନାହିଁ । ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/loot_1644072393.jpeg)