suicide
ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଶାଢ଼ୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଚନ୍ଦକା ପୋଲିସ ମୃତଦେହକୁ ଉଦ୍ଧାର କରିଛି। ଏବେ ଛାନଭିନ୍ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଂଚଳରେ ଥିବା ଏକ କଲେଜ ହଷ୍ଟେଲ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣଙ୍କ ଏକ ଘରୋଇ ଶିକ୍ଷାନୁଷ୍ଠାନର ବିଏସସି ଡାଟା ସାଇନ୍ସ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । କେନ୍ଦୁଝରରୁ ଆସି ସେ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ ।
ଗତକାଲି ପରୀକ୍ଷା ଦେଇ ଆସିବା ପରେ ହଷ୍ଟେଲ ରୁମରେ ସେ ସୁଇସାଇଡ କରିଥିଲେ । ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ କଲା ପରିବାର । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଝିଅର ମୃତଦେହ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟ ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । NCRBର ତଥ୍ୟ ଅନୁଯାୟୀ, ଜାତୀୟ ହାର ତୁଳନାରେ ରାଜ୍ୟର ସୁଇସାଇଡ୍ ମାମଲା ୧୨ %ରୁ ଅଧିକ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/suicide__1681814790.jpg)