murder
ଯୁବକଙ୍କୁ ନିର୍ମମ ହତ୍ୟା । ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ବୁଡାମାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗାଁର ସାନନ୍ଦ ସା ନାମକ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କରାଯାଇଛି । ବିଲରେ ଯୁବକର ମୃତଦେହ ପଡ଼ି ଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ ଗାଁ ଲୋକ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ସୂଚନା ଅନୁସାରେଆଜି ସକାଳୁ ସକାଳୁ ଏକ ଚାଷ ଜମି ନିକଟରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ମୃତକ । ସଙ୍ଗେ ସଙ୍ଗେ ଏନେଇ ପୋଲିସ୍କୁ ଖବର କରାଯାଇଥିଲା ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଯୁବକଙ୍କୁ କିଏ କାହିଁକି ଏଭଳି ଜଘନ୍ୟ ଭାବରେ ହତ୍ୟା କରିଛି, ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ଏବେ ସୋହେଲା ଘଟଣାସ୍ଥଳରେ ପହଁଚି ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1681623962.jpg)