ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର : ଗଣଦୁଷ୍କର୍ମ ପରେ ଚୁଟି କାଟି ରାସ୍ତାରେ ବୁଲାଇଲେ ଅଭିଯୁକ୍ତ

ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଅକଥନୀୟ ଅତ୍ୟାଚାର କଲେ ଅଭିଯୁକ୍ତ ।

ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜ୍ୟା

ସାଧାରଣତନ୍ତ୍ର ଦିବସରେ ଲଜ୍ଜ୍ୟା । ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଥିବା ଖୋଦ୍ ରାଜଧାନୀରେ ଅକଥନୀୟ ଅତ୍ୟାଚାରର ଶିକାର ହେଲେ ମହିଳା । ବିବେକ ବିହାରରେ ଜଣେ ମହିଳାଙ୍କର ଚୁଟି କାଟିବା ପରେ ମୁହଁରେ କଳା ବୋଳି ଓ ଜୋତା ପିନ୍ଧାଇ ରାସ୍ତାରେ ବୁଲାଇଥିଲେ ଅଭିଯୁକ୍ତ । ମହିଳାଙ୍କ ସାନ ଭଉଣୀର ଅଭିଯୋଗ ପରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଛି । ଅଭିଯୋଗ ଆଧାରରେ ଗଣଦୁଷ୍କର୍ମ ମାମଲା ରୁଜୁ କରି ପୋଲିସ ଚାରିଜଣଙ୍କୁ ଗିରଫ କରିଛି ପୋଲିସ୍ ।

ପୀଡ଼ିତାଙ୍କ ସହ ପଡ଼ୋଶୀଙ୍କର ପୁରୁଣା ଶତ୍ରୁତା ରହିଥିଲା ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ଏହି କାରଣରୁ ପ୍ରତିଶୋଧ ନେବାକୁ ଯାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ପୀଡିତା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ଅଛି । ପୀଡିତାଙ୍କ ଭଉଣୀଙ୍କ ସୂଚନା ଅନୁସାରେ ମହିଳାଙ୍କ ଘର ପଛପଟେ ରହୁଥିବା ଜଣେ ଯୁବକ ତାଙ୍କ ସହ କଥା ହେବାକୁ ଚାହୁଁଥିଲେ ଏବଂ ନଭେମ୍ବର ୧୨ ତାରିଖ ଦିନ ସଂପୃକ୍ତ ନାବାଳକ ଜଣକ ଆତ୍ମହତ୍ୟା କରିଥିଲା । ପୀଡ଼ିତା ଜଣକ ଯୁବକଙ୍କ ଆତ୍ମହତ୍ୟାର କାରଣ ବୋଲି ପୁଅର ପରିବାର ସଦସ୍ୟ ଭାବିଥିଲେ।

ପ୍ରତିଶୋଧ ନେବାକୁ ଯାଇ ଏପରି କରିଥିବା କୁହାଯାଉଛି । ପ୍ରଥମେ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ତେବେ ମହିଳାଙ୍କ ସହ ଗଣଦୁଷ୍କର୍ମ ପରେ ତାଙ୍କ ଚୁଟି କାଟି ଯାଇଥିଲା, ତା’ପରେ ମୁହଁକୁ କଳା ବୋଳି ଜୋତା ପିନ୍ଧାଇ ରାସ୍ତାରେ ବୁଲାଇଥିଲେ ଅଭିଯୁକ୍ତ । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ପରେ ପୋଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ସେଠାରେ ଏକ ଭଡା ଘରେ ରହୁଥିଲେ। ପୀଡ଼ିତାଙ୍କ ଅଭିଯୋଗ ‌ଅନୁସାରେ ବେକରେ ଛୁରି ଲଗାଇ ତାଙ୍କ ଭାଣିଜୀକୁ ନେଇଯାଇଥିଲେ ଅଭିଯୁକ୍ତ । ବୁଧବାର ଦିନ ପ୍ରାୟ ୧୨ ଟା ସମୟରେ ତାଙ୍କୁ ଅପହରଣ ହୋଇ ଅଣାଯାଇଥିଲା ।

ଗଣଦୁଷ୍କର୍ମ ପରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଅନ୍ୟପକ୍ଷରେ ଏମାମଲା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି । ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବା ଉଚିତ୍ ଏବଂ ମହିଳା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ବୋଲି କୁହାଯାଉଛି ।