Advertisment

ବିଳମ୍ବିତ ରାତିରେ ଜବତ ହେଲା ୪ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର, ୬୫ ଲକ୍ଷ ଟଙ୍କା

ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

ଅଦ୍ୟତନ ହୋଇଛି
Brown Sugar Seized

Brown Sugar Seized

Advertisment

ନୟାଗଡ଼ ଜିଲ୍ଲା ପିଡବ୍ଲୁଡି ଲେନରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍‌ ଚଢଉ କରି ୪ କେଜିରୁ ଅଧିକ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି।

Advertisment

ରେଡ୍‌ ବେଳେ STF ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଘଟଣାରେ ୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ADG ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି।

ଖୋର୍ଦ୍ଧାରୁ ମଧ୍ୟ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍‌ ଚଢ଼ଉ କରି ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସାମାନ୍ତରାପୁର, ପ୍ରାଣୀଧନ ନିରୀକ୍ଷକଙ୍କ ଅଫିସ୍ ନିକଟ ଏକ ପରିବା ଦୋକାନରେ ରେଡ୍‌ ହୋଇଥିଲା। 

Advertisment
Brown Sugar Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ