Bride Kidnapped Before Wedding: ପାର୍ଲରରୁ ସଜ ହୋଇ ଫେରୁଥିଲେ...ବାଟରୁ କନିଆଙ୍କୁ କିଏ କଲା କିଡ୍‌ନାପ୍‌ ?

ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍‌ନାପ୍ । କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ ।

କନିଆ ଅପହରଣ

ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । ବିବାହ ଟେଣ୍ଟ ବନ୍ଧା ହେଉଥିଲା, ଘରେ କୁଣିଆଁଙ୍କ ଗହଳି ଚହଳି ଲାଗୁଥିଲା । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍‌ନାପ୍ । ପାର୍ଲରରୁ ସଜ ହୋଇ ଫେରୁଥିବା ବେଳେ ବାଟରେ କନିଆଁଙ୍କୁ ଅପହରଣ କରିନେଇଗଲେ ୪ ଜଣ ଯୁବକ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଟୋଲକନାଣ୍ଡି ଗାଁରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ।

ଜଣେ ଯୁବତୀଙ୍କୁ ବିବାହ ପୂର୍ବରୁ କିଛି ଯୁବକ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବିବାହ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ହେବାର ଥିଲା । ଯୁବତୀ ଜଣକ ଗତକାଲି ତାଙ୍କ ଭାଇଙ୍କ ସହ ସ୍ଥାନୀୟ ବଜାରକୁ ଯାଇଥିଲେ । ପାର୍ଲରରେ ସଜବାଜ ହୋଇ, ସପିଂ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ୪ ଜଣ ଯୁବକ ଆସି ତାଙ୍କୁ ଅପହରଣ କରିନେଇଥିବା ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଧିକ ପଢ଼ନ୍ତୁ: ପ୍ରେମରେ ଧୋକା, ସହି ନପାରି ଝୁଲିପଡିଲେ ରାହୁଲ !

ବାହାଘରର ମାତ୍ର ୨ ଦିନ ପୂର୍ବରୁ କିଏ ଓ କାହିଁକି ଯୁବତୀଙ୍କୁ ଅପହରଣ କଲା, ସେନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି କାର୍ଯ୍ୟରେ ତାଙ୍କ ଗ୍ରାମର ଜଣେ ଯୁବକଙ୍କ ସମ୍ପୃକ୍ତି ଥିବାର କୁହାଯାଇଛି । ତେବେ ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଗତକାଲିଠୁ ପୋଲିସ ବ୍ୟାପକ ତଲାସୀ ଜାରି ରଖିଥିବା ସତ୍ତ୍ୱେ ଏ ଯାଏଁ ଅପହୃତ ଯୁବତୀଙ୍କ ପତ୍ତା ମିଳିନି ।