Advertisment

ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି; ‌ଅଧା ବାହାଘରରୁ ବରକୁ ଉଠାଇନେଲା ପୋଲିସ..

ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ବେଦୀରୁ ଥାନାକୁ ଉଠାଇ ନେଇଥିଲା।

Bride Detained By Cops

Bride Detained By Cops

Advertisment

ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି। ବାହାଘର ବେଦୀରୁ ବରକୁ ଉଠାଇ ନେଲା ପୋଲିସ। ଅଧାରୁ ବନ୍ଦ ହେଲା ବାହାଘର। ଆଜି ଭୁବନେଶ୍ୱରରେ ଏଭଳି ଏକ ବାହାଘରକୁ ବନ୍ଦ କରିଛି ମହିଳା ଥାନା ପୋଲିସ। ଦ୍ୱିତୀୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଇ ନେଇଛି ପୋଲିସ।

Advertisment

ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ବେଦୀରୁ ଥାନାକୁ ଉଠାଇ ନେଇଥିଲା। ପ୍ରଥମ ପତ୍ନୀ କୋଲକାତାର ହୋଇଥିବା ବେଳେ ସେ ବିବାହ ପ୍ରମାଣପତ୍ର ଧରି ମନ୍ଦିରରେ ପହଞ୍ଚିଥିଲେ। ହୋ ହାଲ୍ଲା କରିବା ସହ ବାହାଘର ବନ୍ଦ କରିଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ବର କନ୍ୟାକୁ ଥାନାକୁ ନେଇ ଏବେ ପଚରାଉଚରା କରୁଛି।

ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର। ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ। ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ୍ଦ୍ର। ସେ ନିଜକୁ ଅନାଥ ବୋଲି କହିଥିଲେ। ବାପା, ମାଆ ଓ ପରିବାରରେ କେହି ନାହାନ୍ତି ବୋଲି କହିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଉଭୟ କୋର୍ଟ ମ୍ୟାରେଜ କରିଥିଲେ।

Advertisment

ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ। ପରିବାର ପକ୍ଷରୁ କୁହାଯାଇଛି, ଜିତେନ୍ଦ୍ର ସେହି ମହିଳାଙ୍କୁ ବିବାହ କରିନାହାନ୍ତି। ସେ ଫେକ୍‌ ମ୍ୟାରେଜ୍‌ ସାର୍ଟିଫିକେଟ୍‌ ଆଣି ବିବାହ ବନ୍ଦ କରୁଛି। ସେହି ମହିଳାଙ୍କୁ ଜିତେନ୍ଦ୍ର ଚିହ୍ନିନି ବୋଲି କହୁଛନ୍ତି। ଯଦି ତାଙ୍କୁ ସେ ଚିହ୍ନି ନାହାନ୍ତି, ତାହାହେଲେ କେମିତି ବାହାହେଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ।

Detained By Cops Bride Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ