murder
ଇଟା ଭାଟି ମାଲିକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏବେ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ମୃତକ ହେଲେ ପାତାପାଟ ଗାଁର ଦୀନେଶ ବୈଦ । ଖରନାସୀ ଠାରେ ଏକ ଇଟାଭାଟି କରି ଇଟା ବ୍ୟବସାୟ କରୁଥିଲେ ଦୀନେଶ । ଗତରାତିରେ ଭାଟି ଶ୍ରମିକ ସହିତ ଭୋଜି ଆୟୋଜନ କରି ଘରକୁ ନଯାଇ ଭାଟିରେ ହିଁ ରହିଯାଇଥିଲେ । ହେଲେ ଆଜି ଆଜି ସକାଳେ ଇଟା ଭାଟି ପରିସରରୁ କ୍ଷତବିକ୍ଷତ ଶରୀରକୁ ଦେଖିଥିଲେ ସ୍ଥାନୀୟ ଲୋକ । ପରେ ପରିବାର ଲୋକେ ଖବର ପାଇ ଜମ୍ବୁ ସାମୁଦ୍ରିକ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ହତ୍ୟା
ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାଣ୍ଡର ତଦନ୍ତ କରୁଛି ପୋଲିସ୍ । ଦୀନେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1669615203.jpg)