Advertisment

କାଲି ମିଳିଥିଲା ସ୍ତ୍ରୀ ଓ ୨ ଝିଅଙ୍କ ମୃତଦେହ, ଆଜି ମିଳିଲା ସ୍ୱାମୀର ମୃତଦେହ

ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Deadbody Found In Well

Deadbody Found In Well

Advertisment

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ନାରାୟଣ ପୋଦାର ବୋଲି ସୂଚନା ମିଳିଛି। 

Advertisment

ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାର ଏକ କୂଅ ଭିତରୁ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସ୍ତ୍ରୀ ଓ ୨ ଝିଅଙ୍କ ମୃତଦେହ ମିଳିବା ପରେ ସେ ଫେରାର ଥିବା କୁହାଯାଉଥିଲା। ହେଲେ ଆଜି କୂଅ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଫଳରେ ପୁରା ଘଟଣାକୁ ନେଇ ସସ୍‌ପେନ୍ସ ଆହୁରି ବଢ଼ିଛି। କେଉଁ ପରିସ୍ଥିତିରେ ନାରାୟଣଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଥାଉ କି, ଗତକାଲି ଫାଟକପଡାରେ ଏକ ଘରୁ ନାରାୟଣଙ୍କ ସ୍ତ୍ରୀ ସୋନି ପୋଦାର(୨୮) ଓ ୨ ଝିଅ ମୁସ୍କାନ(୫) ଏବଂ ରାଧିକା(୩)ଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସେହି ସମୟରେ ନାରାୟଣ ଘରେ ନଥିଲେ। ତେଣୁ ସେ ଫେରାର ଥିବା କୁହାଯାଉଥିଲା। ଏପରିକି ଦୁଇ ପିଲା ଓ ସ୍ତ୍ରୀଙ୍କୁ ନାରାୟଣ ହତ୍ୟା କରିଥିବା ମଧ୍ୟ ସନ୍ଦେହ ହୋଇଥିଲା। ଶ୍ୱଶୁର ଘର ଲୋକେ ମଧ୍ୟ ଜ୍ୱାଇଁ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ହେଲେ ସନ୍ଦେହ ଘେରରେ ଥିବା ନାରାୟଣଙ୍କ ମୃତଦେହ କୂଅ ଭିତରୁ ମିଳିବା ପରେ ଘଟଣାକୁ ନେଇ ସସ୍‌ପେନ୍ସ ବଢ଼ିଛି।

Advertisment

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟଣାକୁ ଏବେ ରହସ୍ୟ ଘେରକୁ ଟାଣି ନେଇଛି। କିଏ ଓ କାହିଁକି ପରିବାରର ୪ ଜଣଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଗତକାଲିଠାରୁ ନାରାୟଣଙ୍କ ଭାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। 

Advertisment
Deadbody Found Brajarajnagar Triple Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ