Advertisment

୯୭ ଲକ୍ଷ ଟଙ୍କା ହଡ଼ପ ମାମଲା: ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।

ଅଦ୍ୟତନ ହୋଇଛି
97 lakh embezzlement Case

97 lakh embezzlement Case

Advertisment

ଭୁବନେଶ୍ୱର ତମାଣ୍ଡୋରେ ବୟଫ୍ରେଣ୍ଡ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍। ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୋଲିସ। ଲକ୍ଷ ଲକ୍ଷ ଟଙ୍କାର ଗୁମର ଖୋଲିବାକୁ ତମାଣ୍ଡୋ ପୋଲିସ ଜେରା କରୁଛି।

Advertisment

ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଲେଡି ଆକାଉଣ୍ଟାଣ୍ଟଙ୍କଠୁ ୯୭ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲା ଅଭିଯୁକ୍ତ ବିକାଶ।  ଠକାମୀର ଶିକାର ହୋଇଥିବା ଆକାଉଣ୍ଟାଣ୍ଟ ଜଣକ ତମାଣ୍ଡୋରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର।

ଅଭିଯୋଗ ଅନୁଯାୟୀ, କଲେଜ ଟଙ୍କାକୁ ସଂପୃକ୍ତ ବୟଫ୍ରେଣ୍ଡକୁ ପଠାଇଥିଲେ ଲେଡି ଆକାଉଣ୍ଟାଣ୍ଟ ଜଣକ। ଅଭିଯୁକ୍ତ ଯୁବକଙ୍କ ଘର ଝାଡ଼ଖଣ୍ଡରେ। ଘରୋଇ ଇଞ୍ଜିନିୟରିଂ କଲେଜର ସେ ପୂର୍ବତନ ଛାତ୍ର ଥିଲେ। ବୟସରେ ସାନ ହେଲେ ବି ଆକାଉଣ୍ଟାଣ୍ଟ ପାୟଲଙ୍କ ସହ ତାଙ୍କର ଥିଲା ଘନିଷ୍ଠ ସଂପର୍କ।ଆଉ ସେହି ସମ୍ପର୍କକୁ ଆଧାର କରି ବିକାଶ କୁମାର ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।  

Advertisment
97 Lakh Embezzlement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ