Advertisment

ଲୋଭ ହେଲା କାଳ; ଲକ୍ଷେ ଟଙ୍କା ଲାଞ୍ଚ ନେଇ ଫସିଲେ IIC

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

ଅଦ୍ୟତନ ହୋଇଛି
IIC Arrested

IIC Arrested

Advertisment

ଲାଞ୍ଚ ନେଇ ଧରାପଡ଼ିଲେ ହରଭଙ୍ଗା ଥାନା IIC। ବୌଦ୍ଧ ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଜବତ ବାଲି ଗାଡ଼ି ଛାଡିବାକୁ ସେ ଲାଞ୍ଚ ନେଉଥିବା ସୂଚନା ମିଳିଛି ।

Advertisment

ସୂଚନାନୁଯାୟୀ ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଥିଲେ। ତାଙ୍କର ଏକ ବାଲି ଗାଡ଼ିକୁ କୌଣସି କାରଣରୁ ପୋଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।

ଆଜି ଶରତଙ୍କଠୁ IIC ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି। ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ବୋଲି ସୂଚନା ରହିଛି।

Advertisment
Vigilance Raid For Taking Bribe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ