Bombs hurled
ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼ । ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ବୋମାମାଡ଼ ହୋଇଛି । ଏକ ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।
ସୂଚନାଯୋଗ୍ୟ ଆଜି ଏକ ଘରେ କିଛି ଦୁର୍ବୃତ୍ତ ଲୁଚି ରହିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଆଉ ସେତେବେଳେ ପୋଲିସ ଉପରକୁ ଘର ଉପରୁ ବୋମାମାଡ କରାଯାଇଥିଲା । ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ ନମ୍ବର ଲାଇନରେ ଜଣେ ଲୋକଙ୍କ ଘର ଉପରକୁ ହୋଇଥିଲା ବୋମାମାଡ । ଆଉ ବୋମାମାଡ଼ କରିଥିବା ଯୁବକ ଶ୍ରୀକ୍ଷେତ୍ର ବିହାରରେ ଥିବା ସୂଚନା ମିଳିଥିଲା ।
ସେହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ତେବେ ସୌଭାଗ୍ୟବଶତଃ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛି ପୋଲିସ ଟିମ୍ । ଏହି ଘଟଣାରେ ୩ ଜଣକୁ ଅଟକ ରଖାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678883594.jpg)