Advertisment

ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ

ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ କରାଯାଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Bombing in Padmakesharpur

Bombing in Padmakesharpur

Advertisment

କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହେଲା ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର। ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଶ୍ୱଶୁର ବୋହୂ ବୋଲି ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ତେବେ ସୁଧ କାରବାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

Advertisment

ସୁଧ ଟଙ୍କା ନେଇ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ କରାଯାଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ଘଟଣାକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିଲା। ସୁଧ ଦେଇଥିବା ଗୋଷ୍ଠୀ ଓ ସୁଧ ଆଣିଥିବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଏହାକୁ ଏଇ ଏକ ଶାନ୍ତି କମିଟି ପ୍ରତିଷ୍ଠା ହୋଇଥିଲା। ମାତ୍ର କମିଟି ଗଠନ ହେବାର ୪ ମାସ ନପୁରୁଣୁ ପୁଣି ଅଶାନ୍ତ ହୋଇଛି ପଦ୍ମକେଶରପୁର।

ଗତବର୍ଷ ଅକ୍ଟୋବର ମାସରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଆକ୍ରମଣ ଓ ପ୍ରତି ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଟେକା ଓ ପଥରମାଡ ଯୋଗୁଁ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଉତ୍ତେଜନା ଦେଖାଦେବା ପରେ ୧୪୪ଧାରା ଜାରି କରିଥିଲା ପ୍ରଶାସନ। ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିଲା। ଏହି ଘଟଣାରେ ପ୍ରଥମେ ୭୭ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ପରେ ୭୦ଜଣ ମହିଳାଙ୍କୁ ଉଠାଇନେଇଥିଲା ପୋଲିସ।

Advertisment
Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ