Advertisment

Bomb hurled in Pipili: ପିପିଲିରେ ବୋମାମାଡ଼; ୩ ଜଣ ଆହତ, ଘଟଣାସ୍ଥଳରେ ପଡିଛି ଜୀବନ୍ତ ବୋମା

ବିଳମ୍ବିତ ରାତିରେ ପିପିଲି ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ । ୩ ଜଣ ଆହତ । ବୋମାମାଡ଼ କରିବା ସମୟରେ ହାତରେ ବୋମା ଫୁଟିବାରୁ ଜଣେ ଯୁବକ ଗୁରୁତର ।

Bomb hurled

Bomb hurled

Advertisment

ପିପିଲିରେ ଫୁଟିଲା ବୋମା । ବିଳମ୍ବିତ ରାତିରେ ପିପିଲି ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ ହୋଇଛି । ୩ ଗୋଟି ବୋମା ଫୁଟିଥିବା ସୂଚନା ମିଳିଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ବୋମା ଫିଙ୍ଗିଥିବା ଯୁବକ ଗୁରୁତର ରହିଛି । ବୋମାମାଡ଼ ସମୟରେ ତା' ହାତରେ ଫୁଟିଯାଇଛି ବୋମା । ତାକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

ଯାହା ସୂଚନା ମିଳିଛି, ଗତକାଲି ରାତିରେ ଜମାଲପୁର ଗାଁରେ ଯାତ୍ରା ହେଉଥିଲା । ବର୍ଷା ହେବା ଯୋଗୁଁ ଲୋକମାନେ ଘରକୁ ପଳାଇ ଯାଇଥିଲେ । ଏହାପରେ ବିଳମ୍ବିତ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଗାଁ ମେଲଣ ପଡିଆ ନିକଟରେ ଫୁଟିଥିଲା ବୋମା । ମୋଟ ୩ଟି ବୋମାମାଡ଼ ହୋଇଥିଲା । ତେବେ ଜଣେ ଯୁବକ ବୋମାମାଡ଼ କରିବା ସମୟରେ ତା' ହାତରେ ବୋମା ଫୁଟି ଯାଇଥିଲା । ଏବେ ବି ଘଟଣାସ୍ଥଳରେ ଗୋଟିଏ ଜୀବନ୍ତ ବୋମା ପଡ଼ିରହିଛି । ଏହାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ପିପିଲି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।

ଏହି ବୋମାମାଡ଼ ଘଟଣାରେ ସେହି ଗାଁଁର ଦୁଇ ଭାଈ ସମ୍ପୃକ୍ତ ଥିବାର ସୂଚନା ମିଳୁଛି । ତେବେ କାହିଁକି ବୋମାମାଡ଼ ହେଲା, କ'ଣ କାରଣ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ପିପିଲି ଥାନା ଆଇଆଇସି । 

Advertisment

ଅଧିକ ପଢ଼ନ୍ତୁ: ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ; ୨ ଗିରଫ

Bomb Blast Pipili
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ