Advertisment

ଖାଉ ପୋଲିସ୍ ବାବୁଙ୍କ ଖେଳ ଶେଷ, ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କୃତ

ବିଦା ହେଲେ ବୈପାରୀଗୁଡ଼ା IIC ...ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କାର କଲେ ଡିଜିପି...ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ବହିଷ୍କୃତ..

ଅଦ୍ୟତନ ହୋଇଛି
Boipariguda IIC Sushant Kumar Satpathy dismissed from job

Boipariguda IIC Sushant Kumar Satpathy dismissed from job

Advertisment

୩୭ ଲକ୍ଷର ପୁଳା ପୁଳା ନୋଟ୍ ସହ ଧରାପଡ଼ିଥିବା ବୈପାରୀଗୁଡ଼ା IIC ଚାକିରୀରୁ ବିଦା। ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ପୋଲିସ ଡିଜି । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରୀରୁ ତାଙ୍କୁ ବହିଷ୍କୃତ କରାଯାଇଛି। ପୂର୍ବରୁ ଗିରଫ ହୋଇଛନ୍ତି ସୁଶାନ୍ତ ।

Advertisment

୧୯୯୯ରୁ ସୁଶାନ୍ତ ଚାକିରୀ ଆରମ୍ଭ କରିଥିଲେ କନେଷ୍ଟବଳ ଭାବେ। ଆଉ କନେଷ୍ଟବଳରୁ ବନିଯାଇଥିଲେ ଥାନା ବାବୁ । କିନ୍ତୁ କେଉଁଠି ମଦ ବ୍ୟବସାୟୀଙ୍କୁ ଖଲାସ କରିବାରେ ହେଉ କିମ୍ବା ମୁଦାଲାଙ୍କୁ ଛାଡ଼ିଦେବା ଭଳି ମାଳ ମାଳ ଅଭିଯୋଗ ଆଧାରରେ ୨୦୧୨ରେ ଜଗତସିଂହପୁର, ୨୦୧୮ରେ କଟକ ଏବଂ ୨୦୨୦ରେ ରାୟଗଡ଼ାର ତତ୍କାଳୀନ SP ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ।

କିନ୍ତୁ ତିନି ତିନି ଜଣ ଏସପିଙ୍କ ସୁପାରିଶକୁ ବାଏଁ ବାଏଁ ଉଡ଼ାଇ ୨୦୨୩ରେ ତାଙ୍କୁ ବନାଇ ଦିଆଯାଇଥିଲା ଥାନା ବାବୁ। ତା’ପୁଣି ରୀତିମତ ଗଞ୍ଜେଇ ବେପାର ପାଇଁ ଚର୍ଚ୍ଚାରେ ଥିବା ବୈପାରୀଗୁଡ଼ାରେ। ଶେଷରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସୁନୀଲଙ୍କ ଘର, ଅଫିସରେ ରେଡ୍ ପରେ ତାଙ୍କ ସଂପତ୍ତି ଦେଖି କାବା ହୋଇଥିଲେ ଭିଜିଲାନ୍ସ ଅଧିକାରୀ।

Advertisment

ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ କରୁଛି।...

Advertisment
Iic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ