Advertisment

ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
ନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଛି ବୁଲେଟ୍‌

youth found dead

Advertisment

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ-ମାଧପୁର ରାସ୍ତା ମତୋ କଲେଜ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍‌ ମଧ୍ୟ ମିଳିଛି। ମୃତକ ହେଲେ ପରମାନନ୍ଦପୁର ଗାଁର ୨୪ ବର୍ଷୀୟ ବସନ୍ତ ଦାସ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବସନ୍ତକୁ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। 

Advertisment

ସୂଚନା ଅନୁସାରେ, ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ଅପରାହ୍ନ ୪ଟାରେ ସେ ଘରକୁ ଫେରିଥିଲେ। ସେହି ସମୟରେ ମୋବାଇଲ୍‌ ତାଙ୍କ ପାଖରେ ନଥିଲା। ମୋବାଇଲ୍‌ କୁଆଡ଼ା ଗଲା ବୋଲି ପରିବାର ଲୋକ ପଚାରିବାରୁ ସେ କହିଥିଲେ, ସାଙ୍ଗମାନଙ୍କ ପାଖରେ ମୋବାଇଲ୍‌ ଅଛି ଓ ସେମାନେ ଗୀତ ଶୁଣୁଛନ୍ତି। ଏହାପରେ ପୁଣି ଗାଡ଼ି ନେଇ ସେ ଘରୁ ଚାଲି ଯାଇଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ‌ଖୋଜି କରିଥିଲେ ଓ ଫୋନ୍‌ ମଧ୍ୟ କରିଥିଲେ। ହେଲେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। 

ଆଜି ସକାଳୁ ବସନ୍ତଙ୍କ ମୃତଦେହ ଏକ କେନାଲରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ବସନ୍ତଙ୍କ ବାଇକ୍‌ ମଧ୍ୟ ପଡ଼ିଥିଲା। ବସନ୍ତଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ‘ବସନ୍ତଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଧରାଯାଇ ସେମାନଙ୍କୁ ଦଣ୍ଡ ମିଳୁ।’

Advertisment

ବସନ୍ତଙ୍କ ସହ ଯେଉଁ ୨ ଜଣ ଯୁବକ ଥିଲେ ସେମାନଙ୍କୁ ପରିବାର ଲୋକେ ଚିହ୍ନି ନ ଥିବାବେଳେ ସେମାନେ ବସନ୍ତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ବସନ୍ତଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ। କିଏ ଓ କାହିଁକି ବସନ୍ତଙ୍କୁ ହତ୍ୟା କଲା ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଚାନ୍ଦବାଲି ଏସ୍‌ଡିପିଓ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍‌ ସ୍କ୍ୱାଡ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗତ ୬ ମାସ ପୂର୍ବେ ବସନ୍ତ ବିବାହ କରିଥିଲେ।

ସୂଚନାଥାଉ କି, କିଛିଦିନ ପୂର୍ବେ କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଥିଲା। ମୃତ ଛାତ୍ର ହେଲେ ତୁଷାରକାନ୍ତ ସାହୁ। ସେ ଖ୍ରୀଷ୍ଟ କଲେଜରେ ପଢ଼ୁଥିଲେ। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

Advertisment
Chandabali Youth Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ