Hanging Body
ରାଜଧାନୀରେ ଥମୁନି ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା । ଆଜି ଭୁବନେଶ୍ୱର ପାହାଳ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରୁ ସୁଜାତା ରଥ ନାମକ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଯୁବତୀ ଜଣକ ଏଣ୍ଟରପ୍ରିନର୍ ଥିବାର ସୂଚନା ମିଳିଛି ।
ସୂଚନା ମୁତାବକ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡଙ୍କ ସହ ଲିଭ୍ ଇନ୍ରେ ରହୁଥିଲେ । ହେଲେ ମୃତ୍ୟୁର କିଛି ଦିନ ପୂର୍ବରୁ ପୁରୁଷ ବନ୍ଧୁ କୌଣସି ବାହାଘର ପାଇଁ ବାହାରକୁ ଯାଇଥିବା ଜଣାପଡ଼ିଛି । ମୃତ୍ୟୁର କିଛି ସମୟ ପୂର୍ବରୁ ଯୁବତୀଙ୍କୁ ବୟଫ୍ରେଣ୍ଡ କଲ୍ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି । ପୋଲିସ୍ ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ା
ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକଙ୍କ ପରିବାର ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ସେମାନେ ବି ସେହି ଆପାର୍ଟମେଣ୍ଟରେ ରହୁଥିଲେ । ସେପଟେ ପାହାଳ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କମିଶନରେଟ୍ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663848847.jpg)