Advertisment

ମିଳିଲା ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ, ଘଟଣାସ୍ଥଳରୁ ବାଇକ ଓ ହେଲ୍‌ମେଟ୍‌ ଜବତ...

ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସରକାରୀ ବାସଭବନରୁ ସେ  କେଉଁଆଡ଼େ ଚାଲି ଯାଇଥିଲେ।

ଅଦ୍ୟତନ ହୋଇଛି
Body of RWSS dept junior engineer found hanging with tree

Body of RWSS dept junior engineer found hanging with tree

Advertisment

ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀ(ଜୁନିୟର ଇଞ୍ଜିନିୟର)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗାଁ ଜୟନ୍ତୀନାପୁର ବୈତରଣୀ ନଦୀ କୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି l ନିକଟରେ ତାଙ୍କ ବାଇକ ଓ ହେଲ୍‌ମେଟ୍‌ ମିଳିଛି।

Advertisment

ସୂଚନା ଅନୁସାରେ, ଗତକାଲି ସରକାରୀ ବାସଭବନରୁ ସେ  କେଉଁଆଡ଼େ ଚାଲି ଯାଇଥିଲେ। ମୋବାଇଲ୍‌ ଘରେ ଛାଡ଼ି ଦେଇଥିବାରୁ ଘର ଲୋକେ ତାଙ୍କୁ ଚାରିଆଡ଼େ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ଖବର ପାଇ ନ ଥିଲେ।

ତେବେ ଆଜି ସକାଳୁ ରାମକୃଷ୍ଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜୟନ୍ତୀନାପୁର ବୈତରଣୀ ନଦୀ କୂଳରେ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। 

Advertisment

ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ଓ ଏହା ପଛରେ କାହାର ହାତ ଅଛି ନା ନାହିଁ, , ଏ ଦିଗରେ ମଧ୍ୟ ପୋଲିସ୍‌ ତଦନ୍ତ କରୁଛି। 

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ