ଫୁଲବାଣୀରେ ଚାଞ୍ଚଲ୍ୟ, ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା

ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ

murder

ଗଳାକାଟି ବୀଭତ୍ସ ହତ୍ୟା। ଫୁଲବାଣୀ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଗାଁ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି । ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର ବୋଲି ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ରାତି ପ୍ରାୟ ୮ଟା ସମୟରେ ମହେଶ୍ୱର ନିଜ ଘର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବୁଡ଼ାକୁଆ ଚୁଆକୁ ଗାଧୋଇବା ପାଇଁ ଯାଉଥିଲେ । ହେଲେ ତାଙ୍କୁ ମୁଲୁପାଟା ଠାରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଗଳା କାଟି ହତ୍ୟା କରିଥିଲା । ଖବର ପାଇବା ପରେ ବ୍ରାହ୍ମଣୀଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ଥାନାଧିକାରୀ ଚାପଧାରୀ ପ୍ରଧାନ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହତ୍ୟାକାଣ୍ଡ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମହେଶ୍ୱରକୁ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି, ସେ ନେଇଁ ବର୍ତ୍ତମାନ ସୁଦ୍ଧା କିଛି ମଧ୍ୟ ସ୍ପଷ୍ଟ ହୋଇନାହିଁ ।